pakka

୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଜବତ ସହ ଡ୍ରାଇଭର ଗିରଫ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଜାତୀୟ ରାଜପଥରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବହୁ ପରିମାଣ ଗଞ୍ଜେଇ ଜବତ କରିଛି । ଏକ ଟ୍ରକ୍ ୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିହାର ଭୋଜପୁର ଜିଲ୍ଲାର ଟ୍ରକ୍ ଡ୍ରାଇଭର୍କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ ଝାଡ଼ଖଣ୍ଡ ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିସନର୍ ଶାନ୍ତନୁ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଆମ୍ବପୁଆ ଅଞ୍ଚଳରେ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା ବେଳେ ଏହି ସମୟରେ ଏକ ମିନିଟ୍ରକ୍ ଜେଏଚ୍୦୫ ଏଏନ୍ ୦୫୪୯ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଗାଡ଼ି ଡାଲାରେ ପରିବା ନେବା ପାଇଁ ରହିଥିବା ପ୍ଲାଷ୍ଟିକ୍ ଟ୍ରେ ଭର୍ତ୍ତି ରହିଥିଲା । ତାହା ହଟାଇ ଦେଖିବା ପରେ ସେଠାରୁ ଗଞ୍ଜେଇ ମିଳିଥିଲା । ଏହି ଗଞ୍ଜେଇ ଦିଗପହଣ୍ଡି ଅଞ୍ଚଳଠାରୁ ସଂଗ୍ରହ କରି ଝାଡ଼ଖଣ୍ଡ ଚାଲାଣ କରାଯାଉଥିଲା ବୋଲି ତଦନ୍ତରେ ଜଣାପଡ଼ିଥିଲା । ଚଢ଼ଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍ଆଇ ବିଶ୍ବଜିତ ଦାଶ, ଏସ୍ଆଇ ସଂଜୟ କୁମାର କାଣ୍ଡି, ଏଏସ୍ଆଇ ବ୍ରଜମୋହନ ନାୟକ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

two × three =

error: Content is protected !!