pakka

ଚୋରା ବାଲି ଚାଲାଣ ଅଭିଯୋଗରେ ତହସିଲଦାରଙ୍କ ଚଢ଼ାଉ

bbehera

ଶେରଗଡ଼ : ଶେରଗଡ ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀରୁ ପ୍ରତିଦିନ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ଶେରଗଡ ତହସିଲଦାର ଡ. ଦୟାସିନ୍ଧୁ ପରିଡା ଶେରଗଡ ପୋଲିସ ସହ ମିଳିତ ଚଢାଉ କରିଥିଲେ । ସନ୍ତୋଷପୁର ଓ ଗୋଠଗାଁରେ ଚଢାଉ କରି ଚଉଦ ଗୋଟି ଟ୍ରକ ଓ ଟ୍ରାକ୍ଟରକୁ ଜବତ କରିବା ସହିତ ନଦୀ ମୁହାଣ ଗୁଡିକୁ ଜେସିବି ମେସିନ ଦ୍ଵାରା ଖୋଳିଥିଲେ । ଯେପରିକି ଟ୍ରକ ଓ ଟ୍ରାକ୍ଟର ନଦୀ ଭିତରକୁ ଯାଇପାରିବ ନାହିଁ ସେଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେଇ କାର୍ୟ୍ୟ ହୋଇଥିଲା । ଉକ୍ତ ଗାଡ଼ି ଗୁଡ଼ିକୁ ଜବତ କରି ଥାନାରେ ଜିମା ଦେଇଥିବା ଜଣାପଡ଼ିଛି ।ଏହି ଚଢାଉ ସମୟରେ ସୁପରଭାଇଜର ମନୋଜ ନାହାକ ଓ ଅନ୍ୟ ତହସିଲ କର୍ମଚାରୀମାନେ ସାମିଲ ଥିଲେ ।

Leave A Reply

Your email address will not be published.

five × one =