csstore

ଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳିଲେ ଛାତ୍ରୀ ସିମ୍‌ରନ : ମୃତ୍ୟୁ ପରେ ନିଜ ଶରୀରକୁ ଦାନ ପାଇଁ ନିଷ୍ପତ୍ତି

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଏବଂ ଡ଼ାକ୍ତରଖାନକୁ ଯାଇ କଣ୍ଟାବାଞ୍ଜି ୱାର୍ଡ ନଂ. ୩ରେ ରହୁଥିବା ସିମ୍‌ରନ କୌର ସଂଘା ନିଜ ଜନ୍ମ ଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇ ନିଜର ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବା ପାଇଁ ସତ୍ୟପାଠ ଫର୍ମରେ ଦସ୍ତଖତ କରି ଅତିରିକ୍ତ ପ୍ରଫେସର ମନୋଜ ଦେହୁରୀଙ୍କ ଠାରେ ଦାଖଲ କରିଛନ୍ତି । ତେବେ ସିମ୍‌ରନ ତାଙ୍କ ବାପା ସୁରଜିତ ସିଂହ ସଂଘା ଏବଂ ସ୍ୱେଚ୍ଛାସେବୀ ଅଜୟ କୁମାର ନାଗଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏଭଳି ନିଷ୍ପତ୍ତି ଗ୍ରଣ କରିଥିବା କହିଛନ୍ତି । ଏଥିରେ ନିଫ୍ଟ ଏନ୍‌ଜିଓର ପ୍ରତିଷ୍ଠାତା ପ୍ରଭାତ ମହାନନ୍ଦ, ନାରୀ ଶକ୍ତି ଫାଉଣ୍ଡେସନର ସଭାପତି ନୂତନ ଦାଶ, କଳ୍ପନା ସାହୁ ଏବଂ ରାଜେନ୍ଦ୍ର ସେଠୀ ସହଯୋଗ କରିଥିବା ବେଳେ ସିମ୍‌ରନଙ୍କ ଏହି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ପାଇଁ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.