jayashree

କଲରା ପତରିଆ ବାଘ ଛାଲ ଜବତ : ଜଣେ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଁସର ଗ୍ରାମରୁ ବନ ବିଭାଗ କଲରା ପତରିଆ ବାଘ ଛାଲ ଜବତ କରିଛି । ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ସୂଚନା ମତେ କଁସର ଗ୍ରାମର ବିଶ୍ଵାମିତ୍ର ରଣାଙ୍କ ଘରେ ବାଘ ଛାଲ ଥିବା ବନ ବିଭାଗ ଖବର ପାଇଥିଲା । ଖବର ପାଇବା ପରେ ବଲାଙ୍ଗିର ଡିଏଫଓ ସମୀର ଶତପଥିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଗତକାଲି ସନ୍ଧ୍ୟାରେ ଚଢାଉ କରିଥିଲେ । ଚଢ଼ାଉ ସମୟରେ ବିଶ୍ଵାମିତ୍ର ରଣାଙ୍କ ଘରରୁ ବାଘ ଛାଲ ଜବତ କରିଛି ବନ ବିଭାଗ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । କିନ୍ତୁ ବିନୋଦ ସାହୁଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ବାଘ ଛାଲ ଆସିଲା କେଉଁଠୁ ? କିଏ କିଏ ସାମିଲ ଅଛନ୍ତି ଏହି କାରବାରରେ ? କେଉଁ ଠାରେ ବିକ୍ରି କରାଯାଇ ଥାଆନ୍ତା ଏହି ବାଘ ଛାଲ ?

ତେବେ ଏହି ବାଘ ଛାଲ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ହେବ ବୋଲି ଅନୁମାନ କରାଯାଉଛି । ଜବତ ବାଘ ଛାଲର ଲମ୍ବ ୨.୬ ଫୁଟ ଥିବା ବେଳେ ଓଜନ ୩ କେଜି ରହିଥିବା ଜଣାପଡିଛି । ଅନ୍ୟପଟେ କିଛି ଦିନ ତଳେ କଁସର ଅଞ୍ଚଳରେ ପ୍ରତ୍ୟେକ ଦିନ ଶିକାରୀ ମାନେ ବରାହ ଶିକାର କରୁଥିଲେ ଓ ରାତା ରାତି ତାହାକୁ ମଧ୍ୟ ବିକ୍ରି କରୁଥିଲେ । କିନ୍ତୁ ଏଭଳି ବାଘ ଛାଲ ରାକେଟକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.