jayashree

ଗତ ୨୪ ଘଂଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୨୪୦୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୬, ବାଲେଶ୍ୱରରୁ ୩୯୭, ବରଗଡ଼ରୁ ୪୭, ଭଦ୍ରକରୁ ୧୬୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୬, କଟକରୁ ୫୬୬, ଦେବଗଡ଼ରୁ ୪, ଢେ଼ଙ୍କାନାଳରୁ ୬୯, ଗଜପତିରୁ ୧୨, ଗଂଜାମରୁ ୧୮, ଜଗତସିଂହପୁରରୁ ୧୩୦, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୧୩୪, କେଉଁଝରରୁ ୬୫, ଖୋର୍ଦ୍ଧାରୁ ୪୪୦, କୋରାପୁଟରୁ ୫୯, ମାଲକାନଗିରିରୁ ୭୧, ମୟୁରଭଂଜରୁ ୧୯୯, ନବରଂଗପୁରରୁ ୩୯, ନୟାଗଡ଼ରୁ ୧୧୧, ନୂଆପଡ଼ାରୁ ୪, ପୁରୀରୁ ୧୭୫, ରାୟଗଡ଼ାରୁ ୪୩, ସମ୍ବଲପୁରରୁ ୨୯, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୩୬ ଓ ଷ୍ଟେଟ ପୁଲ୍‌ରୁ ୯୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.