csstore

ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ରାଣୀ ଦୂର୍ଗବତୀଙ୍କ ୪୫୮ତମ ବଳିଦାନ ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଆୟୋଜନ ସମିତି ଦ୍ୱାରା ୪୫୮ତମ ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଖଲିଆପାଲିରେ ପାଳନ କରାଯାଇଛି । ଏହି ଉତ୍ସବରେ ଦେଓଗାଁ ବ୍ଲକ ସଭାପତି ସୁରଥ ଧରୁଆ, ଦେଓଗାଁ ବ୍ଲକ ଆଇନ ପରାମର୍ଶ ଦାତା ସୁଦାମ ଚରଣ ବିଶି, ବଲାଙ୍ଗିର ଛାତ୍ର ଆୟୋଜନ ସମିତି କୋଷାଧକ୍ଷ ନରେନ୍ଦ୍ର ପୁଟା, ଜିଲ୍ଲା ସକ୍ରିୟ ସଭ୍ୟ ଟିକେଲାଲ ଧରୁଆ, ସଭ୍ୟ ଜୟନ୍ତୀ ଭୋଇ, ଦେଓଗାଁ ବ୍ଲକ ଛାତ୍ର ଆୟୋଜନ ସମିତିର ସଭାପତି ଶତ୍ରୁଘନ ମଲ୍ଲିକ, ସଭ୍ୟ କୌଶଲ୍ୟା ମଲ୍ଲିକ, ଦେଷଣ୍ଢ ପଂଚାୟତ ଜିଏସୟୁ ସଭାପତି ସୁବଳ ଧରୁଆ, ସଭ୍ୟ ଚିତ୍ରସେନ ଧରୁଆ, ଅରୁଣ ଧରୁଆ, ସିଂହାମୁଣ୍ଡା ପଞ୍ଚାୟତ ସମ୍ପାଦକ ସହଦେବ ଧରୁଆ, ଦେଷଣ୍ଢ ପଞ୍ଚାୟତ ସମ୍ପାଦକ କୁବେର ଧରୁଆ ପ୍ରମୁଖ ଯୋଗଦେଇ ରାଣୀ ଦୁର୍ଗାବତୀଙ୍କ ଜୀବନୀ ଓ ବଳିଦାନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥୁଲେ । ଏହି ଗୌଣ୍ଡ ସମାଜର ବିରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ତଥା ଜନ୍ମ ଦିବସକୁ ମଧ୍ୟ ପାଳନ କରିବାକୁ ସମସ୍ତେ ପ୍ରତିଶୃତି ଦେଇଥିଲେ । ଶେଷରେ ଶତ୍ରୁଘନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.