csstore

ଲୋଇସିଂହାରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା, ଲୋଇସିଂହା ବ୍ଲକ ତରଫରୁ ରାଣୀ ଦୁର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ସ୍ଥାନୀୟ ଆଦିବାସୀ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇଙ୍କ ଦ୍ୱାରା ବଡଦେଓ ପାଠାଗାରର ଶୁଭ ଉନ୍ମୋଚନ କରାଯାଇଥିଲା । ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରୀଆ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସଭ୍ୟ କିଶୋରୀ କୁଅଁର, ପ୍ରୀତିଚନ୍ଦ୍ର ରାୟ, ଜିଲ୍ଲା ଗୋଣ୍ଡୱାନା ଛାତ୍ରସଂଘ ସଭାପତି ଲଳିତମୋହନ ପୁଟା, ଉପସଭାପତି ଚନ୍ଦ୍ରଶେଖର କୁଅଁର, ମହାସଚିବ ସୁବ୍ରତ କୁଅଁର ପ୍ରମୁଖ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଗଲପୁର ଛାତ୍ର ସଂଘ ସଭାପତି ଦେବେନ୍ଦ୍ର ପୁଟା, ଭୁବନେଶ୍ୱର ଧରୁଆ, ପ୍ରତିଭା ଭୋଇ, ପୂର୍ଣଚନ୍ଦ୍ର ଭୋଇ, କୁମର ସଲତର, ଗୋବର୍ଦ୍ଧନ ଧରୁଆ, ବାଳକୃଷ୍ଣ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ବନମହୋତ୍ସବ ସପ୍ତାହ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ପରିଶେଷରେ ଲୋଇସିଂହା ବ୍ଲକ ସମ୍ପାଦକ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.