ବ୍ଲକ ପ୍ରାଥମିକ ଶିକ୍ଷକ କଲ୍ୟାଣ ପାଣ୍ଠି ପକ୍ଷରୁ ଶିକ୍ଷକଙ୍କୁ ସହାୟତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ କଲ୍ୟାଣ ପାଣ୍ଠି ତରଫରୁ ଖାତିମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ହୃଦା ମହାନନ୍ଦଙ୍କ ଚିକିତ୍ସା ନିମନ୍ତେ ତାଙ୍କ ଆକାଉଣ୍ଟ ନମ୍ବରରେ ୫ ହଜାର ଟଙ୍କା ସହାୟତା ରାଶି ଜମା କରି ସହଯୋଗର ହାତ ବଢାଇଛନ୍ତି । ଜରୁରୀ ସମୟରେ ଏପରି ଏକ ସାମାନ୍ୟ ସାହାଯ୍ୟ ପ୍ରଦାନ କରି ଇଶ୍ୱର ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରାଥମିକ ଶିକ୍ଷକ କଲ୍ୟାଣ ପାଣ୍ଠିର ସହଯୋଗର ହାତ ବଢାଇଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଂଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍‌ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା ଓ ସମ୍ପାଦକ ଜୟନ୍ତୀଲାଲ ସାହୁ ସଂଘ ତରଫରୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

thirteen + eleven =