ରାୟଗଡା ଜିଲ୍ଲା ପ୍ରଶାସନ ପହଞ୍ଚିଲା ୪ ଅନାଥ ଶିଶୁଙ୍କ ପାଖରେ

ରାୟଗଡା : ଆଜି ରାୟଗଡା ଜିଲ୍ଲା ପ୍ରଶାସନ କରୋନା ସମୟରେ ଅନାଥ ହୋଇଯାଇଥିବା ୪ ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଛି ବୋଲି ଖବର ମିଳିଛି । କରୋନା କବଳରେ ଆଜି ସାରା ବଶ୍ଵ ପ୍ରଭାବିତ । ଏହି ସମୟରେ କିଏ ବାପାଙ୍କୁ ହରାଇଛନ୍ତି ତ କିଏ ମା’ଙ୍କୁ ପୁଣି କିଏ ଉଭୟ ବାପା ମା’ଙ୍କୁ ହରାଇଥିବାର ଦୁୁଃଖଦ ଖବର ନିୟମିତ ଭାବରେ ଶୁଣିବାକୁ ମିଳୁଛି । ତେବେ ଦୁର୍ଗମ ଗୁଡାରି ବ୍ଲକର ମଧୁବନ ଗ୍ରାମ ପଞ୍ଚାୟତର ଗୁଞ୍ଜିଗୁଡା ଓ ସାନହୁମା ଗ୍ରାମ ପଞ୍ଚାୟତର ଲଣ୍ଡା ସିିଂ ଲକ୍ଷ୍ମୀପୁର ଗ୍ରାମରୁ । ଏଭଳି ଦୁୁଃଖଦ ଖବର ପାଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଗୁଡାରି ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଂଯୋଜକ ରହେଶ୍ଵର ସାହୁ, ସ୍ଥାନୀୟ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ମିଳିତ ଭାବେ ଏହି ଶିଶୁ ଓ ସେମାନଙ୍କ ପରିବାର ପାଖରେ ପହଞ୍ଚିଛନ୍ତି । ପ୍ରକାଶ ଥାଉକି ଗୁଞ୍ଜିଗୁଡା ଗ୍ରାମର ୩ ଜଣ ଅନାଥ ବାଳିକା ଓ ଲଣ୍ଡା ସିିଂ ଲକ୍ଷ୍ମୀପୁର ଗ୍ରାମର ଅନାଥ ହୋଇ ଯାଇଥିବା ଜଣେ ବାଳକଙ୍କ ପରିବାର ପାଖରେ ପହଞ୍ଚି ତୁରନ୍ତ ପଦକ୍ଷେପ ସ୍ୱରୂପ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ସହିତ ଉପରୋକ୍ତ ଶିଶୁମାନଙ୍କୁ ସରକାରଙ୍କ ବଭିିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହ ଉକ୍ତ ଶିଶୁ ମାନେ ଯେଭଳି ଉତ୍ତମ ଶିକ୍ଷା ଲାଭ କରି ପାରିବେ ସେହିଭଳି ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.