ଭାରତ-ଇଂଲଣ୍ଡ ଏକମାତ୍ର ଟେଷ୍ଟ ଅମିମାଂସିତ

ବ୍ରିଷ୍ଟଲ୍‌ : ସେଫାଳି ବର୍ମାଙ୍କ ଉଭୟ ପାଳିରେ ଅର୍ଦ୍ଧଶତକ ପରେ ଦୀପ୍ତି ଶର୍ମା ଓ ସ୍ନେହା ରାଣାଙ୍କ ଦ୍ୱିତୀୟ ପାଳି ଅର୍ଦ୍ଧଶତକ ବଳରେ ଭାରତୀୟ ମହିଳା ଦଳ ଘରୋଇ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌କୁ ଅମିମାଂସିତ ରଖିଛି । ପ୍ରଥମ ପାଳିରେ ୨୩୧ ରନ୍‌ କରି ୧୬୫ ରନ୍‌ରେ ପଛୁଆ ରହିବା ପରେ ଫଲୋଅନ୍‌ ଖେଳିଥିବା ଭାରତ ଦ୍ୱିତୀୟ ପାଳିରେ ଚମତ୍କାର ବ୍ୟାଟିଂ କରିଥିଲା । ଶନିବାର ଅନ୍ତିମ ଦିବସ‌ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ୮ ୱିକେଟ୍‌ ବିନିମୟରେ ୩୪୪ ରନ୍‌ କରି ଇଂଲଣ୍ଡର ବିଜୟ ଆଶାକୁ ମଉଳାଇ ଦେଇଥିଲା । ୨୪୦ ରନ୍‌ରେ ଅଷ୍ଟମ ୱିକେଟ୍‌ ହରାଇଥିବା ଭାରତକୁ ସ୍ନେହା ଓ ୱିକେଟ୍‌ରକ୍ଷିକା ତାନିଆ ଭାଟିଆ ରକ୍ଷା କରିଥିଲେ । ସ୍ନେହା ଓ ତାନିଆ ଅବିଭାଜିତ ନବମ ୱିକେଟ୍‌ରେ ୧୦୪ ରନ୍ ଯୋଡ଼ି ଭାରତକୁ ପରାଜୟରୁ ରକ୍ଷା କରିଥିଲେ । ସୋଫି ଏକ୍‌ଲେଷ୍ଟୋନ୍‌ ୪ ଓ ନାତାଲି ସିଭର୍‌ ୨ ୱିକେଟ୍‌ ନେଇ ଇଂଲଣ୍ଡର ବିଜୟ ଆଶା ବଢ଼ାଇଥିଲେ ମଧ୍ୟ ଶେଷରେ ମ୍ୟାଚ୍‌ ଅମିମାଂସିତ ରହିବାକୁ ବାଧ୍ୟ ହୋଇଥିଲା ।

Leave A Reply

Your email address will not be published.