oom

ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ପରିବେଶ ସୁରକ୍ଷା ଅଭିଯାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ଅଭିକର୍ତ୍ତା ସଂଗଠନ ବଲାଙ୍ଗିର ଶାଖା ଏବଂ ଅଭିନନ୍ଦନ ସ୍ୱଚ୍ଛସେବା ସଂଘ ପକ୍ଷରୁ ମିଳିତ ଭାବେ ପ୍ଲାଷ୍ଟିକ ଓ ପଲିଥିନ ରହିତ ପରିବେଶ ନିର୍ମାଣ ଦିଗରେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଉଭୟ ସଂଗଠନ ପକ୍ଷରୁ ସ୍ଥାନୀୟ ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅପରିଷ୍କାର ଓ ପରିତ୍ୟକ୍ତ ସ୍ଥାନରୁ ପ୍ଲାଷ୍ଟିକ, ପଲିଥିନ ତଥା ବିଭିନ୍ନ ବର୍ଜ୍ୟବସ୍ତୁ ଅବସାରଣ କରାଯାଇ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଅଭିକର୍ତ୍ତା ସଂଗଠନର ସଭାପତି ଅସୀମ ପଟ୍ଟନାୟକ ଏବଂ ଅଭିନନ୍ଦନ ସ୍ୱଚ୍ଛସେବା ସଂଘର ଅଧ୍ୟକ୍ଷ ତଥା ପରିବେଶ ପ୍ରେମୀ ଡା. ମନୋମହନ ବାଗଙ୍କ ନେତୃତ୍ୱରେ ଜିବନ ବୀମା ନିଗମର ବରିଷ୍ଠ ଶାଖା ପ୍ରବନ୍ଧକ ପାର୍ଥ ସାରଥି ବୋଷ, ଅଭିକର୍ତ୍ତା ସଂଗଠନର କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଟି, ସୁରେନ୍ଦ୍ର ଅଶ୍ୱପାଳ, ଜୟମଙ୍ଗଲ ବିଶ୍ୱାଲ, ନିଳାଞ୍ଚଳ ବାଗ, ବିଶ୍ୱ ମୋହନ ଜେନା, ଚିତ୍ତ ରଂଜନ ବରାଡ, ଉମେଶ ପଧାନ, ଭୁବନନନ୍ଦ ସୁନା ପ୍ରମୁଖ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଏହି ସ୍ଥାନର ପାରିପାର୍ଶିକ ବିକାଶ ସହିତ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ଅଭିକର୍ତ୍ତା ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥି ସହିତ ପଲିଥିନ ବ୍ୟବହାରକୁ ନିରୁତ୍ସାହିତ ଓ ଅବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀର ପୁନଃ ପ୍ରକ୍ରିୟାକରଣ ଉପରେ ବ୍ୟାପକ ଜନସଚେନତା ସୃଷ୍ଟି ଦିଗରେ ଉଦ୍ୟମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ କିଛି ବର୍ଷ ପୂର୍ବେ ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଅବୈଧ ଜବରଦଖଲରେ ଥିବା ଉକ୍ତ ସ୍ଥାନକୁ ଅଭିକର୍ତ୍ତା ସଂଗଠନ ପକ୍ଷରୁ ସ୍ଥାନୀୟ ପ୍ରଶାସନର ସହଯୋଗ କ୍ରମେ ଜବରଦଖଲ ମୁକ୍ତ କରାଯାଇ ବୃକ୍ଷରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.