csstore

ସାଂସ୍କୃତିକ ପରିଷଦ ତରଫରୁ ରଜ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍ଚୁଆଲ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭାପତି ଡ. ହୃଷିକେଶ ମଲ୍ଲିକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସବ ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ଡ. ହୁସେନ ରବି ଗାନ୍ଧୀ, ଚିନ୍ମୟୀ ଷଡ଼ଙ୍ଗୀ, ଉମାକାନ୍ତ ରାଉତ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ପ୍ରମୋଦ ପ୍ରଧାନ, ଗଜାନନ ମିଶ୍ର, ଭିକାରୀ ମିଶ୍ର ପ୍ରମୁଖ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିବା ସହ କବିତା ପାଠ କରିଥିଲେ ।

ସାଂସ୍କୃତିକ ପରିଷଦ ସଭାପତି ଅରୁଣ କୁମାର ପଟ୍ଟନାୟକ ରଜ ମହୋତ୍ସବ ସାହିତ୍ୟ ଆସରରେ ଅଧ୍ୟକ୍ଷତା କରି ପାଟଣାଗଡ଼ରେ ଏକାଡେ଼ମୀ ପକ୍ଷରୁ ଏକ ଭବ୍ୟ ସାହିତ୍ୟ ସମାରୋହର ଆୟୋଜନ ନିମନ୍ତେ ଅନୁରୋଧ କରିଥିଲେ । ସଂପାଦକ ଦିଲିପ କୁମାର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆସରରେ ପ୍ରାୟ ୩୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । ପରିଚାଳନା କରିଥିଲେ ଆଶିଷ କୁମାର ଚନ୍ଦନ ।

jayashree
Leave A Reply

Your email address will not be published.