csstore

ପଦ୍ମପୁରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ଵ ରକ୍ତଦାତା ଦିବସ ଅବସରରେ ଆଜି ପଦ୍ମପୁର ଚିକିତ୍ସାଳୟ ପରିସରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଡ. ଯଦୁମଣି ସାହୁ, ସରୋଜ ସେଠ୍ ଓ ସମ୍ମାନିତ ଅତିଥି ରୂପେ ଡ. ସତ୍ୟବ୍ରତ ଚୌହାନ, ଆଶୀର୍ବାଦ ପଟ୍ଟନାୟକ ଓ କୈଳାସ ଚନ୍ଦ୍ର ମେହେର ଯୋଗ ଦେଇଥିଲେ । ଅତିଥିଗଣ ନିଜ ବକ୍ତବ୍ୟରେ ବିଶ୍ଵ ରକ୍ତଦାତା ଦିବସ ଉପରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ କିପରି ପଦ୍ମପୁର ରକ୍ତ ଭଣ୍ଡାରେ ରକ୍ତର ଅଭାବ ନ ରହିବ ସେ ଦିଗରେ ସଚେତନ ବାର୍ତ୍ତା ପ୍ରଦାନ କରିବା ସହିତ ନିୟମିତ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ରକ୍ତ ଦେବା ପାଇଁ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ରକ୍ତ ଦେବାକୁ ଉତ୍ସାହିତ କରିଥିଲେ । ଏହା ସହିତ ନିୟମିତ ରକ୍ତଦାନ କରୁଥିବା ରକ୍ତଦାତା ଜଗଦୀଶ ହାତୀ, ଆଶିଷ ନାଥ, ଗୋପାଳ ପ୍ରସାଦ ବେହେରା, ଶିବାଶିଷ ପଟ୍ଟନାୟକ, ନିଲେଶ ଅଗ୍ରୱାଲ, ଜୟ ପ୍ରକାଶ ଅଗ୍ରୱାଲ, ରାଜ ଅଶୋକ ନାଗ, ହିମାଂଶୁ ବଗର୍ତ୍ତି, ଅଜିତ ସାହୁ, ଆକାଶ ଶର୍ମା, ସୋମେଶ ମହାନ୍ତି, ଲବଣୀଧର ସାହୁ, ତୋସିକ ପରମାରଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ କେଶରୀ ମହନ୍ତ, ଦୀପକ ସାହୁ, ସୁମିତ ସିହ୍ନା, ହିତେଶ ସାହୁ, ଜିତେନ୍ଦ୍ରୀୟ ଗୁର୍ଲା ଓ ଧୀରେନ୍ ମେହେର ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.