ତିନୋଟି ଗାଁରୁ ୧୦୦ ଲିଟର ଦେଶୀ ମଦ ଜବତ, ଗାଁ ଗାଁରେ ମଦର ବନ୍ୟା : ଅବକାରୀ ବିଭାଗ ନିଦାବିଷ୍ଣୁ

ସଇଁତଲା, (ଅଜିତ କୁମାର ସାହୁ) : ଏବେ କରୋନା ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । ବେଆଇନ ଭାବରେ ମହୁଳକୁ ଗରମ ପାଣିରେ ଶିଝାଇ ବିଷାକ୍ତ କେମିକାଲ ମିଶାଇ ମଦ ବିକ୍ରି କରୁଛନ୍ତି କୁଚିଆ ମଦ ବେପାରୀ, ଯାହା ପ୍ରମାଣ ମିଳିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରୁ । ଅନ୍ୟପଟେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତୁଛି ଅବକାରୀ ବିଭାଗ ହେଲେ କୁମ୍ଭକର୍ଣ୍ଣ ଅବସ୍ଥାରେ ସୋଉଛି ତେବେ ଦୀର୍ଘ ଦିନ ହେଲା ବେଆଇନ ଭାବରେ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା । ଅବକାରୀ ବିଭାଗ ପକ୍ଷରୁ ତୁରେକେଲା ବ୍ଲକର ଢୋଲମାନ୍ଦଲ, କନ୍ଦାଗାଡ, ବାହାବଲ, ଗଇନ୍ଦିମାଲ, ଗବରା, ମହୁଲପାର୍ଟି ଗ୍ରାମରେ ଚଢ଼ାଉ କରିଥିଲେ । ହେଲେ ଚଢ଼ାଉ ସମୟରେ କନ୍ଦାଗାଡ, ବାହାବଲ ଓ ଗବରାରେ ପାଞ୍ଚଜଣଙ୍କ ଘରୁ ମଦ ଜବତ ହୋଇଥିଲା । ସେମାନଙ୍କ ଘରୁ ମହୁଲ ପୋଚ, ୧୦୦ ଲିଟର ମଦ ଓ ମଦ ରଖିଥିବା ବିଭିନ୍ନ ଜିନିଷକୁ ଜବତ କରିଥିଲା ଅବକାରୀ ବିଭାଗ । ସେହି ପାଞ୍ଚ ଜଣଙ୍କ ନାଁରେ ୪୧ ସିଆରପିସି ଆକ୍ଟରେ ମାମଲା ରୁଜୁ କରି ଛାଡିଥିବା ଜଣାପଡିଛି । ଖୋଲା ବା କୁଚିଆ ମଦ ଯେଉଁମାନେ ବିକ୍ରି କରୁଛନ୍ତି ସେମାନେ ମହୁଲରେ ବିଭିନ୍ନ ବିଷାକ୍ତ କେମିକାଲ ମିଶାଇବା ଫଳରେ ବିଷାକ୍ତ ମଦପିଇ ଲୋକେ ମୃତ୍ୟୁ ହେବାର ସମ୍ଭାବନା ରହିଛି । ତେଣୁ ତୁରେକେଲା ବ୍ଲକର ଆହୁରି ଅନେକ ଗାଁ ରହିଛି ଯେଉଁଠି ବେଆଇନ ଭାବରେ ରନ୍ଧା ମଦ ବିକ୍ରି କରୁଛନ୍ତି । ତେଣୁ ମଦ ବେପାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.