oom

ବଲାଙ୍ଗିର ଜିଲ୍ଲାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ସିଭିଲ ସୋସାଇଟିର ଦୃଢ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଠାରେ ସ୍ଥାପନ କରିବା ନେଇ ପୁଣି ଦାବୀ ଜୋର ଧରିଛି । ବଲାଙ୍ଗିର ସିଭିଲ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦୃଢ ଦାବୀ ଉପସ୍ଥାପନ କରିଛି । ପ୍ରଥମେ କଂଗ୍ରେସ, ପରେ ପରେ ବିଭିନ୍ନ ସ୍ଥାନୀୟ ସଂଗଠନ ଓ କିଛି ଦିନ ପୂର୍ବରୁ ଲୋଇସିଂହା ବିଧାୟକ ବାରମ୍ବାର ଏହି ଦାବୀ କରିଛନ୍ତି । ଏବେ ପୁଣି ସମାନ ଦାବୀ ନେଇ ବଲାଙ୍ଗିର ସିଭିଲ ସୋସାଇଟି ମୁଖ୍ୟମନ୍ତ୍ରୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ନିବେଦନ କରିଛନ୍ତି । ସିଭିଲ ସୋସାଇଟି କହିଛି ଯେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟର ଜଣେ ପ୍ରବୀଣ ପ୍ରଶାସନୀକ ଅଧିକାରୀ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଏହା ଦ୍ୱାରା ଅବହେଳିତ ଜିଲ୍ଲାମାନଙ୍କ ବିକାଶ ପାଇଁ ଆଗ୍ରାଧିକାର ଦିଆଯାଇ ପାରିବ । ବଲାଙ୍ଗିର ଜିଲ୍ଲା ଉଭୟ କେ.ବି.କେ ଏବଂ ଡବ୍ଲୁଓଡିସି ଯୋଜନାରେ ରହିଥିବା ପରେ ମଧ୍ୟ ଆମ ଜିଲ୍ଲା ଉଭୟ ଯୋଜନାରୁ କୌଣସି ସୁଫଳ ପାଇ ପାରିନାହିଁ । ବରଂ ଜିଲ୍ଲାଟି ପୂର୍ବ ଗୌରବ ହରାଇ ଦାଦନ ପ୍ରବଣ, ପିଲା ବିକ୍ରି, ଅନାହାର ମୃତ୍ୟୁ ପ୍ରଭୃତି ପଛୁଆ ଜିଲ୍ଲାରେ ପରିଣତ ହୋଇଛି । ଜିଲ୍ଲାରେ କୌଣସି ଶିଳ୍ପାନୁଷ୍ଠାନ ନ ଥିବାରୁ ବେକାର ଶିକ୍ଷିତ ଯୁବକଙ୍କ ସଂଖ୍ୟା ବିସ୍ପୋରକ ଭାବରେ ବୃଦ୍ଧି ପାଉଅଛି । ଜଳସେଚନ ଅଭାବରୁ କାମ ଧନ୍ଦା ନ ପାଇ ପ୍ରତି ବର୍ଷ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବା ପାଇଁ ଯିବାୁ ବାଧ୍ୟ ହେଉ ଅଛନ୍ତି । ଜିଲ୍ଲାର ଏଭଳି ଦୟନୀୟ ପରିସ୍ଥିତି ଯୋଗୁଁ ଆଞ୍ଚଳିକ ବୈଶମ୍ୟର ଗଭୀର ପ୍ରଭାବ ଶିକ୍ଷିତ ଯୁବପିଢିଙ୍କ ଉପରେ ପଡୁଛି । ସୁତରାଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଅବହେଳିତ ବଲାଙ୍ଗିର ଜିଲ୍ଲାରେ ସ୍ଥାପନ ନ୍ୟାୟୋଜିତ ହେବ । ବଲାଙ୍ଗିର ଜିଲ୍ଲା ହେଉଛି ପଶ୍ଚିମ ଓଡିଶା ବିକାଶ ପରିଷଦ ଅନ୍ତର୍ଗତ ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବୈାଦ୍ଧ, ବରଗଡ ପ୍ରଭୃତିର କେନ୍ଦ୍ର ସ୍ଥଳ । ତେଣୁ ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଡବ୍ଲୁଓଡିସି ତରଫରୁ ବଲାଙ୍ଗିର ଜିଲ୍ଲାରେ ସ୍ଥାପନ କରାଗଲେ ଉପରୋକ୍ତ ୬ଟି ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ । ଜିଲ୍ଲାବାସୀଙ୍କ ଏହି ନାର୍ଯ୍ୟ ଦାବୀକୁ ଗ୍ରହଣ କରି ପ୍ରସ୍ତାବିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ଜିଲ୍ଲାରେ ଯଥାଶିଘ୍ର ଡବ୍ଲୁଓଡିସି ତରଫରୁ ସ୍ଥାପନ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଡବ୍ଲୁଓଡିସି ଅଧ୍ୟକ୍ଷ ମହୋଦୟଙ୍କୁ ବଲାଙ୍ଗିର ସିଭିଲ ସୋସାଇଟି ସଭାପତି ନିଳମଣି ମିଶ୍ର, ଉପ-ସଭାପତି ପ୍ରଭାକର ମିଶ୍ର, ମନରଞ୍ଜନ ସାହୁ, ସଂପାଦକ ମନରଞ୍ଜନ ମିଶ୍ର, ବିରଞ୍ଚି ହୋତା, ମଲିଆ ଗଡୁଆ, ଗୋପବନ୍ଧୁ ମିଶ୍ର ପ୍ରମୁଖ ଦୃଢ ଦାବୀ ଜଣାଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.