oom

ଡେଲାଙ୍ଗରେ ଚାଷୀଙ୍କ ରାସ୍ତାରୋକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧାନ କିଣିବାରେ ଅବହେଳା ଓ ଅନିୟମିତତା ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଶତାଧିକ ଚାଷୀ ଖୋର୍ଦ୍ଧା ପଟ୍ଟନାୟକିଆ ରାସ୍ତାର ବେରବୋଇ ଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱରେ ବହୁସଂଖ୍ୟାରେ ଲୋକ ଯାନବାହନ ଅଟକି ରହିବା ଫଳରେ ଯାତତାୟତ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ବେରବୋଇ ପଚାଂୟତ ଜାଡମଲ ସେବା ସମବାୟ ସମିତି ଅଧିନରେ ଚାଷୀ ସମୁଦାୟ ଧାନ କିଣାରେ ଅବହେଳା, ଅନିୟମିତତା ଓ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆଣିଥିଲେ । ଏଥିରେ ବେରବୋଇ ପଚାଂୟତର ପୂର୍ବତନ ସରପଚଂ ରାଜକିଶୋର ଆଳୁକ, ଭାଗିରଥି ବେହେରା, ପ୍ର୍ରହଲ୍ଲାଦ ପ୍ରଧାନ, ଜବାହାର ବିଶ୍ୱାଳ, ଦେବରାଜ ସ୍ୱାଇଁ, ପ୍ରଶାନ୍ତ ପଣ୍ଡା, ସୁକାନ୍ତ ବିଶ୍ୱାଳ, ସନାତନ ପ୍ରଧାନ, ଅକ୍ଷୟ କୁମାର ପରିଡା, କୈଳାସ ସ୍ୱାଇଁ, ଅଭିମନ୍ୟୁ ରାଉତ ଏବଂ ଶାନ୍ତାନୁ ପ୍ରହରାଜ ପ୍ରମୁଖ ଏହି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଖବର ପାଇ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ଥାନା ଅଧିକାରୀ ରଶ୍ମିରଜଂନ ପଟ୍ଟନାୟକ ଓ ଯୋଗାଣ ନିରିକ୍ଷିକା ଲିପ୍ସାରାଣୀ ରାଉତ ଘଟଣାସ୍ଥଳରେ ପହଚିଂ ଚାଷୀମାନଙ୍କ ସହିତ ଦିର୍ଘ ସମୟଧରୀ ଆଲୋଚନା ପରେ, ତହସିଲଦାର ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ଚାଷୀମାନେ ରାସ୍ତା ଅବରୋଧ ହଟାଇଥିଲେ ।

jittmm
Leave A Reply

Your email address will not be published.