csstore

ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଅନଲାଇନ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ, ଜିଲ୍ଲା ବଲାଙ୍ଗିର ତରଫରୁ ଡ. ଅଜିତ କୁମାର ଭୋଇଙ୍କ ସଭାପତିତ୍ବରେ କରୋନା ସଚେତନତା ଉପରେ ଅନଲାଇନ ମାଧ୍ୟମରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ଅଶୋକ କୁମାର ସେଠୀ ସରକାରୀ ହୋମିଓପାଥି ଚିକିତ୍ସା ଅଧିକାରୀ ବଲାଙ୍ଗିର ଯୋଗଦେଇ କରୋନା ସମୟରେ ଜୀବନଧାରାକୁ ଚିନ୍ତାମୁକ୍ତ ଏବଂ ଆଧ୍ୟାତ୍ମିକ ଧାରାରେ ପରିଚାଳିତ କରିବାକୁ କହିବା ବେଳେ ଡା. ଗୋପାଳ ନାଏକ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ଏଠାରେ ଯୋଗଦେଇ ମହାମାରୀକୁ ଦମନ କରିବା ପାଇଁ ଭୟଭୀତ ନ ହୋଇ ଜୀବନ ପଥକୁ ସୁଗମ କରିବା ସକାଶେ ବିଭିନ୍ନ ପରାମର୍ଶ ରଖିଥିଲେ । ଇଟିଆଇ ଓଇଉଏଟି ଭୁବନେଶ୍ୱରରୁ ଏନଏସଏସ କୋଡିନେଟର ନିରଦ ବରଣ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଭିତରେ ସେବା ମନୋବୃତ୍ତି ଜାଗ୍ରତ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାର ଏନଏସଏସ ପ୍ରୋଗ୍ରାମ ଅଫିସର ହେମନ୍ତ କୁମାର ମଲ୍ଲିକ ଛାତ୍ରଛାତ୍ରୀଙ୍କ ଦୃଢ଼ ମନୋବଳ ହିଁ ସମସ୍ୟା ସମାଧାନ କରିବା ସହିତ ଏଭଳି କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ହେବା ସପକ୍ଷରେ ମତ ପ୍ରଦାନ କରିଥିଲେ । କଲେଜର ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସଫଳତା ସକାଶେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.