csstore

ବିଜେପି ପକ୍ଷରୁ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ତ ଦାନ ମହତ ଦାନ । ରକ୍ତ ଅଭାବରୁ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ବରଣ କରୁଥିବା ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ପାଇକମାଲ ବ୍ଲକ କୁଦୋଗୁଡା (ଭୁବନେଶ୍ଵପୁର) ଗ୍ରାମ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ଅଶୋକ ମିଶ୍ର, କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ, ଆଦିବାସୀ ମୋର୍ଚ୍ଚା ସଭାପତି ପର୍ଶୁରାମ ନାଏକ, ରଶୋନ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ବରିହା, ଅଜିତ ସାହୁ, ମଣ୍ଟୁ ପାଣ୍ତେ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ରକ୍ତଦାନ ଶିବିରକୁ ଆଦିବାସୀ ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ତରଫରୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.