ଶିଳ୍ପାନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍‌ ପରୀକ୍ଷା ଓ ଟୀକାକରଣ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପର ସମସ୍ତ ଶିଳ୍ପ ସଂସ୍ଥାମାନେ ମହାମାରୀ କରୋନା ସମୟରେ ନିରବଚ୍ଛିନ ଭାବେ ଉତ୍ପାଦନ ଜାରୀ ରଖିଛନ୍ତି । ସ୍ଥାନୀୟ ଶ୍ରମିକମାନେ ଏଠାରେ ନିଜ ଜୀବନକୁ ବିପନ୍ନ କରି କାମ କରୁଛନ୍ତି, ହେଲେ ଏଠାକାର ଶିଳ୍ପ ସଂସ୍ଥାମାନେ ଏହି ଶ୍ରମିକ ମାନଙ୍କ ଜୀବନ ପ୍ରତି କୌଣସି ନ୍ୟାୟୋଜିତ ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ନୃସିଂହ ସାହୁ । ରବିବାର ଦିନ ପାରାଦୀପଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଶ୍ରୀ ସାହୁ ପାରାଦୀପର ଶିଳ୍ପ ସଂସ୍ଥାମାନେ ଶ୍ରମିକ ମାନଙ୍କୁ ମାଗଣାରେ ଟୀକା ଦେବା ପାଇଁ ଦାବୀ କରିଛନ୍ତି । କମ୍ପାନୀମାନେ ପାରିପାଶ୍ୱିର୍କ ଉନ୍ନୟନ ପାଣ୍ଠିରୁ ସ୍ଥାନୀୟ ଗରିବ ଲୋକ ମାନଙ୍କୁ ଖାଦ୍ୟ, ପାନୀୟଜଳ, ମହାମାରୀରୁ ମୁକ୍ତି ପାଇଁ ଔଷଧ ପ୍ରଦାନ କରିବା ସହ ଏଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହି ବୈଠକରେ ବିଜେପି ଜିଲ୍ଲା ଉପସଭାପତି ମୋହିତ ମହାନ୍ତି, ଜଗତ୍‌ସିଂହପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା ଏବଂ ଉପସଭାପତି ଆଦିତ୍ୟ ରଂଜନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.