jayashree

୧୯ ରୁ ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ଆନ୍ତଃସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଆନ୍ତଃ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୯ ତାରିଖରୁ ଟାଉନ ହାଇସ୍କୁଲ ପଡିଆରେ ହେବ । ସଂପାଦକ ଡା. ସୁକାନ୍ତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଟାଉନ ହାଇସ୍କୁଲ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ଆବାହକ ଡା. ସିଦ୍ଧେଶ୍ୱର ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ନରେନ୍ଦ୍ର ଆଚାର୍ଯ୍ୟ, ରାଜ କିଶୋର ଦାଶ, ସଲିମ ଖାନ, ସତ୍ୟନାରାୟଣ ପଣ୍ଡା, ଭଗବାନ ବଗର୍ତ୍ତୀ, ସଦସ୍ୟ ଅମରଦୀପ ପାଣିଗ୍ରାହୀ ଓ ରାଜେନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପୃଥ୍ୱୀରାଜ ହାଇସ୍କୁଲ, ପଲ୍ଲିଶ୍ରୀ ହାଇସ୍କୁଲ ସଦାଇପାଲି, ରାମଜୀ ହାଇସ୍କୁଲ କୁରୁଲ, ପତିତପାବନ ଏକାଡେମୀ, ସରକାରୀ ହାଇସ୍କୁଲ ଭାଲେର, ନବଜୀବନ ବିଦ୍ୟାପୀଠ, ପଞ୍ଚାୟତ ହାଇସ୍କୁଲ ଚନ୍ଦନଭାଟି ଓ ଟାଉନ ହାଇସ୍କୁଲ ବଲାଙ୍ଗିର ଅଂଶଗ୍ରହଣ କରିବେ । ଫ୍ରେଣ୍ଡସ କ୍ଲବ ସଭାପତି ଲୋଟସ ଷଡଙ୍ଗୀ, ସଂପାଦକ ଜଗନ୍ନାଥ ମିଶ୍ର, କ୍ରୀଡା ସଂଗଠକ ଶଶୀ ଶେଖର ପଣ୍ଡା, ଜିଲ୍ଲା କ୍ରୀଡା ସଂସଦ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, କ୍ରୀଡାବିତ ସୁନୀଲ ଚନ୍ଦ୍ର ବିଶ୍ୱାଳ, ଭୁପେନ୍ଦ୍ର ପ୍ରସାଦ ସିଂ, ନିଶାରକାନ୍ତ ନାଗ, ଭରତ ଡାଙ୍ଗ, ଶଶାଙ୍କର ପଟ୍ଟନାୟକ, ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁ, ହେମନ୍ତ ପ୍ରଧାନ, ଜଗନ୍ନାଥ ସାହୁ, ରଞ୍ଜିତ ବେହେରା, ଦଧିବାବନ ବାଗ, ରାଜେଶ କୁମାର, ବିକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ବ୍ରଜବନ୍ଧୁ ସାଏ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.