oom

ପଦ୍ମପୁର ଜେଲର ଜଣେ ବିଚାରଧିନ କଏଦୀଙ୍କର କୋଭିଡରେ ମୃତ୍ୟୁ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସନ୍ଧ୍ୟାରେ ପଦ୍ମପୁର ସବଜେଲର ଜଣେ ବିଚାରଧିନ କଏଦୀ ଛତରାମ ଧନୱରଙ୍କର କାଲି ପଦ୍ମପୁର କୋଭିଡ କେୟାର ସେଣ୍ଟର ଠାରେ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁଯାୟୀ ପାଇକମାଲ ଥାନା ଅନ୍ତର୍ଗତ କାଂସଡା ପଂଚାୟତ ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନୱର (୫୭ ବର୍ଷ) ଗତ ୨୦୨୦ ନଭେମ୍ବର ମାସରୁ ହତ୍ୟା ଉଦ୍ୟମ ଅଭିଯୋଗରେ ପଦ୍ମପୁର ସବ-ଜେଲରେ ଥିଲେ । ଗତ ମଇ ୨୧ ତାରିଖରେ ଜେଲ ଅନ୍ତେବାସୀଙ୍କର କୋଭିଡ ଟେଷ୍ଟ କରାଯାଇଥିବା ବେଳେ ତାଙ୍କର ପୋଜିଟିଭ ବାହାରି ଥିଲା । ଗତ ମଇ ୨୩ ତାରିଖରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପଦ୍ମପୁର କୋଭିଡ କେୟାର ସେଣ୍ଟରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ସନ୍ଧ୍ୟା ସମୟରେ ଛାତିରେ ଜନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଦ୍ମପୁର ଏସ.ଡି.ଏଚକୁ ଅଣା ହୋଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ତହସିଲ କୁମାର ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.