ବିଏସ୍‌ଏଫ୍‌ ଯବାନ ଥବିରଙ୍କ ସଡ଼କ ଦୃଘଟଣାରେ ମୃତ୍ୟୁ : ଅଞ୍ଚଳରେ ଶୋକାକୂଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକଙ୍କ ସଡ଼କ ଦୃଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଗତ ୨୦୧୦ ମସିହାରେ ବିଏସ୍‌ଏଫ୍‌ ଯୋଗଦେଇ ନିଜ ଦେଶର ସୁରକ୍ଷା ପାଇଁ ମଧ୍ୟ ଲଢେଇ କରୁଥିଲେ । ହେଲେ ନିୟୁକୁଞ୍ଜ ବିହାରର ଏକ ବ୍ରିଜ ନିକଟରେ ବାଇକ ଦୃଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ବୁଡେକ, ଓଡିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.