ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳୁଛି । କରୋନା ପାଇଁ ବାହାରେ ରକ୍ତଦାନ ଶିବିର ଆୟୋଜନରେ କଟକଣା କରାଯାଇଛି । ତେଣୁ ରକ୍ତର ଅଭାବ ଯୋଗୁଁ କେବଳ ବଦଳ ରକ୍ତଦାତା ଆଣୁଥିବା ରୋଗୀଙ୍କୁ ରକ୍ତ ମିଲିପରୁଛି । ଅନ୍ୟପକ୍ଷରେ କିଛି ସ୍ଵେଚ୍ଛାସେବୀ ନିୟମିତ ନିଜର ସାଙ୍ଗସାଥୀଙ୍କୁ ଡକାଇ ରକ୍ତ ଯୋଗାଇ ଦେଉଛନ୍ତି । ସେହିପରି ରକ୍ତର ଅଭାବ ଦୁର କରିବା ପାଇଁ ସ୍ବେଚ୍‌ଚ୍ଛାସେବୀ ସଂଗଠନ ‘ଯୁବଶକ୍ତି ଅହ୍ୱାନ‘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସଂଗଠନ ସଭାପତି ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ରକ୍ତ ଭଣ୍ଡାରଠାରେ ଆୟୋଜିତ ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଲୁଲୁ ଭୂତିଆ, ଅମ୍ଳାନ ଦାସ, ସନ୍ତୋଷ ମହାପାତ୍ର, ସୁବ୍ରତ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.