csstore

କୁଡାସିଂହାରେ ମେଗା ଟୀକାକରଣ : ୧୩୯ଜଣ ନେଲେ କରୋନା ଟିକା

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ମେଗା କରୋନା ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଡ଼ାସିଂହାର ୫୫ ଜଣ, ନୂଆଁପଡ଼ାର ୪୨ଜଣ ଓ ସିରିସ ଗାଁର ୪୨ଜଣ ସର୍ବମୋଟ ୧୩୯ଜଣ ଟୀକା ନେଇଥିବା ଜଣାପଡିଛି । ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ସହ ସ୍ଥାନୀୟ ଗାଁର ସମସ୍ତ ଅଙ୍ଗନୱାଡି ଓ ଆଶା କର୍ମୀମାନେ ଲୋକଙ୍କୁ ଟୀକା ପ୍ରଦାନ କରିଥିଲେ । ଏହି ଅବସରରେ ସଦର ବ୍ଲକ ବିଡ଼ିଓ ରାମଦତ୍ତ ଭୋଇ, ଜିପିଇଓ ଦାମୋଦର ଦାଶ, ନିରଞ୍ଜନ ମହାରଣା, ବିପିଏମ୍ ତିର୍ଥବ ବାଗ, ସ୍ଥାନୀୟ ପଞ୍ଚାୟତର ସରପଞ୍ଚ କପିଲ ନନ୍ଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମ ମୋହନ ବଢାଇ, ଯୋଗାଣ ସହାୟକ ମମତା ସାହୁ, କୁଡାସିଂହା ଏସଏଚଜି ମହାସଂଘର ସଭାପତି, ସମ୍ପାଦକ, ସିଆରପି, ଏମବିକେ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.