ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ମାହେଶ୍ଵରୀ ସଂଗଠନ କୁଡାସିଂହା ଶାଖାର ସ୍ଵେଚ୍ଛାସେବୀମାନେ ଗାଁର ଗରିବ ଅସହାୟ ଲୋକଙ୍କ ଅସୁବିଧା ବାବଦରେ ବୁଝି ଚାଉଳ, ଡାଲି, ଆଳୁ, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଦେଇଥିଲେ । ଯେକୌଣସି ପ୍ରକାର ଅସୁବିଧା ହେଲେ ତୁରନ୍ତ ସଂଗଠନ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ଜଣାଇଥିଲେ । ଏହି ଅବସରରେ କୁଡାସିଂହା ଶାଖାର ସଂଯୋଜକ ମନୋଜ ଝାଙ୍କର, ମହିଳା ଶାଖାର ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶିନୀ ନାଥ, ସୋନମ ସାହୁ, ପ୍ରୀତିପ୍ରଜ୍ଞା ମହାରଣା, ଜ୍ୟୋତିର୍ମୟୀ ଦଳାଇ, ସତ୍ୟମ ସାହୁ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।