ଗଞ୍ଜାମ ସହରରେ ପୁଣି ଦୁଇଜଣଙ୍କର କରୋନାରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ପଣ୍ଡାସାହି ବାସିନ୍ଦା ତଥା ମଧୁସୂଦନ ରାଇସ ମିଲ୍‌ର ମାଲିକ ତଥା ଯୁବ ବ୍ୟବସାୟୀ ଲଛମନ ପଣ୍ଡା(ପଙ୍କଜ) ଗତ ତିନିଦିନ ତଳେ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ଼ି ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ଘଟିଥିବା ଜଣାଯାଇଛି । ସେହିପରି ରଘୁନାଥ ସାହି ବାସିନ୍ଦା ସୁରେନ୍ଦ୍ର କୁମାର ଦାସ ଜଣେ ଏକ ନମ୍ବର କଣ୍ଟ୍ରାକ୍ଟର ହୋଇଥିବା ବେଳେ, ସେ ଆନ୍ଧ୍ରପ୍ରଦେଶରେ ବିଶାଖାପଟ୍ଟନମଠାରେ କୌଣସି କମ୍ପାନୀରେ ଠିକାକାମ କରୁଥିଲେ । ସେ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର କୋଭିଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗଞ୍ଜାମ ସହରଞ୍ଚଳରେ ଏହି ଦୁଇ ଜଣଙ୍କର ମୃତ୍ୟୁ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷେ ଗଞ୍ଜାମ ସହରାଞ୍ଚଳ ଅବା ଏନଏସିରେ ଦୁଇ ସପ୍ତାହ ମଧ୍ୟରେ ବାର ଜଣଙ୍କ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଏକ ପ୍ରକାର ଭୟରେ ସ୍ତବ୍ଧ ହୋଇପଡିଛନ୍ତି । ସବୁ ମୃତକଙ୍କର ଅମର ଆତ୍ମାର ସଦଗତି ହେଉ, ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ସହିବାର ଶକ୍ତି ଓ ଧର୍ୟ୍ୟ ଦିଅନ୍ତୁ, ଏହାହିଁ ଭଗବାନଙ୍କଠାରେ ସହରର ବୃଦ୍ଧିଜୀବି ମାନେ ବିଭିନ୍ନ ମଠ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.