ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର କାର୍ଯ୍ୟାଳୟ ସହକାରୀ ଗୋପବନ୍ଧୁ ସାସମଲଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପି, ନିଷ୍ଠାପର, ଆମାୟିକ ବ୍ୟକ୍ତିତ୍ୱ ଓ ଦକ୍ଷତା ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ । ସ୍କୁଲ ପ୍ରତିଷ୍ଠା ଦିନରୁ ଆଜି ପର୍ଯ୍ୟନ୍ତ, ଦୀର୍ଘ ୩୮ବର୍ଷ କାର୍ଯ୍ୟାଳୟ ସହକାରୀ କାମ କରି ଆସୁଥିଲେ । ତାଙ୍କର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦାଶ, ଶିକ୍ଷକ ଲଡୁକିଶୋର ସାମନ୍ତସିଂହାର, ଆର୍ତ୍ତତ୍ରାଣ ମାହାନ୍ତି, ରବି ନାରାୟଣ ନାୟକ, ବିଷ୍ଣୁପ୍ରିୟା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ପଅନ ପବିତ୍ର ମୋହନ ସାହୁ ଏବଂ ଏସଏମସି ସଦସ୍ୟ ପ୍ରଫୁଲ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ଜେନା, ଘୋରଡିଆ ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା, କୃପାସିନ୍ଧୁ ମ.ଇ.ସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଗୁଣଗାନ କରିବା ସହ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ, ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏଥି ସହିତ ପୁରୀ ଜିଲ୍ଲା ଶିକ୍ଷାଧିକାରଙ୍କ ଠାରୁ ଆସିଥିବା ମାନପତ୍ର ଓ ପ୍ରୋଭିଜିନାଲ ପେନସନ୍‌ ଅର୍ଡର ଶ୍ରୀ ସାସମଲକୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

5 × 4 =

error: Content is protected !!