oom

ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

jsmm

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କବିତା ଆସର୍ ଆୟୋଜିତ ହୋଇଯାଇଛି । ପ୍ରଧ୍ୟାପକ ଲଷ୍ମୀନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବର୍ଷିଆନ ସାହିତ୍ୟିକ ବିପିନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ନିମନ୍ତ୍ରିତ ହୋଇ ଆସିଥିବା ୧୦ଜଣ ବିଶିଷ୍ଟ କବି ଆନନ୍ଦ ଚନ୍ଦ୍ର ସାହୁ, ସୁଶାନ୍ତ ବାଗ, ଡ଼. ସଞ୍ଜୟ କୁମାର ମିଶ୍ର, କ୍ଷୀରୋଦ କୁଅଁର, ଅନିଲ କୁମାର ଦାଶ, ଲାଲଚନ ବଗର୍ତ୍ତି, ଭିକାରୀ ମିଶ୍ର, ଦିଲ୍ଲୀପ ପସାୟତ, ଯୁବରାଜ ସା ଓ ହେମନ୍ତ ପଟେଲ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବ କବି, ଆଲୋଚକ, ଶବ୍ଦଶିଳ୍ପୀ ମାନସ କୁମାର ଷଡଙ୍ଗୀ, ପରିଚାଳନା କରିଥିଲେ କବି ଦିଲ୍ଲୀପ କୁମାର ସରାପ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ କବି ପୁସ୍ତମ୍ ଯୁଆଡି ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ବଲ୍ଲବ ସାହୁ ।

jittmm
Leave A Reply

Your email address will not be published.