ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଂଚାୟତ ତୁରେକେଲା ଗାଁର ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ପୂର୍ଣ୍ଣଚନ୍ଦ୍ର ଘିଭେଲା (୭୦)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ହୃତଘାତରେ ପରଲୋକ ହୋଇଯାଇଛି । ସେ ବହୁ ଦିନ ଧରି ରେଗୀ ସେବା କରୁଥିଲେ । ତୁରେକେଲା ପଂଚାୟତ ଯାଦବ ମହାସଭାର ସଭାପତି ଭାବେ ଦାୟିତ୍ୱରେ ରହି ଦୀର୍ଘ ବର୍ଷ ଧରି ନିଜର କାମ ସୁଚାରୁ ରୂପେ ପାଳନ କରୁଥିଲେ । ଲୋକମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ବୁଝୁଥିଲେ । ସେ ଜଣେ ପରୋପକାରୀ ପୁରୁଷ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ବନ୍ଧୁବାନ୍ଧବ, ସମ୍ପର୍କୀୟ ଓ ପରିଜନମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତାଙ୍କର ବଡପୁଅ ଗ୍ରାମ ରୋଜଗାର ସେବକ ରାସବିହାରୀ ଘିଭେଲା ମୁଖାଗ୍ନି ଦେଇଥିଲେ । ପରିବାରରେ ତାଙ୍କ ସ୍ତ୍ରୀ ପଂଚମୀ ଘିଭେଲା, ପୁଅ ରାଜକିଶୋର ଘିଭେଲା, ରାମପ୍ରତାପ ଘିଭେଲା, ରାଜେଶ କୁମାର ଘିଭେଲା, ଝିଅ ତରୁଣୀ ଘିଭେଲା, ଜ୍ୟୋତିର୍ମୟୀ ଘିଭେଲା, ଜ୍ୱାଇଁ ପ୍ରକାଶ ବନଛୋର, ସନାତନ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଗ୍ରାମର ଶ୍ମଶାନରେ ଶେଷ କୃତ୍ୟୁ ସମ୍ପନ୍ନ ହୋଇଯାଇଛି । ବିଭିନ୍ନ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଲି ଯାଇଛି ।