csstore

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ସହ ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ) : ସାଂପ୍ରତିକ କରୋନାର ଦ୍ୱିତୀୟ ଲହର ମନୁଷ୍ୟ ଜୀବନକୁ ଭୀତତ୍ରସ୍ତ କରିିପକାଇଛି । ସରକାର ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ଲକ୍‌ଡାଉନ ଓ ସପ୍ତାହନ୍ତ ସଟ୍‌ଡାଉନ ଲଗାଇଛନ୍ତି । ଏ କଥାକୁ ଲକ୍ଷ୍ୟ ରଖି ଜୁନିୟର ରେଡକ୍ରସ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଓ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଆଜି ଶୁକ୍ରବାର ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀମାନେ ଡାକବାଜି ଯନ୍ତ୍ର ସାହଯ୍ୟରେ ସ୍ଲୋଗାନ ଦେଇ ଓ ଡ୍ରାମ ବାଜା ବଜାଇ ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ପାଳନ କରିବା ଏବଂ ଯୋଗ୍ୟବକ୍ତି ମାନେ କରୋନା ଟୀକା ନେବାକୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଯୋଗଦେଇ ସ୍ୱଚ୍ଚତା ବାର୍ତା ଦେବା ସହିତ ନିଜେ ହାତ ଧୋଇବାର ସଠିକ ପ୍ରଣାଳୀ ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ବୁଝାଇଥିଲେ । ସଇଁନ୍ତଲା ବ୍ଲକ ଡେଙ୍ଗ ହାଇସ୍କୁଲର କାଉନ୍‌ସିଲର ତଥା ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ସାଲେଭଟା ସିଆରସିସି ସଦାନନ୍ଦ ଭୋଇ, ଖଲିଆପାଲି ୱାର୍ଡମେମ୍ବର ଭୁମିସୁତା କୁମ୍ଭାର, ସାଲେଭଟା ୱାର୍ଡମେମ୍ବର ମୀରା ଷାଣ୍ଢ, ସେଂଚୁରିଆନ ସ୍କୁଲର କାଉନସିଲର ଚନ୍ଦ୍ର ଶେଖର ସେଠ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥଲେ । କାର୍ଯ୍ୟକ୍ରମକୁ ସାଲେଭଟା ସ୍କୁଲର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ ଏବଂ ଖଲିଆପାଲି ସ୍କୁଲର ପ୍ରଧାନ ଶିକ୍ଷକ ଦଶରଥ ପଟେଲ ପରିଚାଳନା କରିଥିଲେ । ଗ୍ରାମର ଆର୍ଥୀକ ଅନଗ୍ରସର ପରିବାରକୁ ଶୁଖିଲା ଖାଦ୍ୟ, ସାବୁନ ବଣ୍ଟନ ହେବା ସହିତ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ହରଭଂଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ସାହୁ, ପୂର୍ବତନ ମେମ୍ବର ବିଘ୍ନେଶ୍ୱର କୁମ୍ଭାର, ବିପ୍ର ଷାଣ୍ଢ, ଶିକ୍ଷାପ୍ରେମି ସୁନିଲ କନ୍ଧେର, ଅଙ୍ଗନୱାଡି କର୍ମୀ ରେବତୀ ପଧାନ, ଆଶା କର୍ମୀ ବୀଣାପାଣୀ କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.