ଅସହାୟ ଓ ନିରାଶ୍ରୟଙ୍କୁ ସ୍ୱାଧିନ ସେବା ସଂସ୍ଥାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପଲଥିନ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମହାମାରୀ କରୋନାର ଦ୍ୱିତୀୟ ଲହରୀ ସାଙ୍ଗକୁ ସାମୁଦ୍ରିକ ଝଡବାତ୍ୟା ୟାସ ଭୟରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି । ଅସାହୟ, ନିରାଶ୍ରୟ ଲୋକମାନେ ଆଉଟପାଉଟ ହେଉଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢାଇଛି ସ୍ୱାଧିନ ସେବା ସଂସ୍ଥାନ ଚେରିଟେବୁଲ ଟ୍ରଷ୍ଟ । ଆଜି ଟ୍ରଷ୍ଟର ସଭାପତି ତଥା ଯୁବ ସମାଜସେବୀ ଶଶି ଶେଖର ରାୟଙ୍କ ସହାୟତାରେ ଡେଲାଙ୍ଗ ବ୍ଲକର ସାଉରିଆ ଓ ଘନିପୁର ପଚାଂୟତର ୧୦ଟି ଅସାହାୟ ଓ ନିରାଶ୍ରୟ ପରିବାରକୁ ଶୁଖିଲା ଖାଦ୍ୟ ଓ ପଲିଥିନ ପ୍ରଦାନ କରିଛନ୍ତି । ପର୍ୟ୍ୟାୟକ୍ରମେ ଅନ୍ୟମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଭାପତି ଶ୍ରୀ ରାୟ ସୂଚନା ଦେଇଛନ୍ତି । ଏଥିରେ ସଂସ୍ଥାନର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.