csstore

ଚାଷୀ ନାଁରେ ଚେକ୍‌ଡ୍ୟାମ୍ ଚାଷୀଙ୍କ କାମରେ ଆସୁନି : ଯୋଜନାଟି ଧଳା ହାତୀ ପୋଷାରେ ଅର୍ଥ ବିନିଯୋଗ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ଆଦି ବ୍ଳକରେ ଥିବା ଅଣଜଳ ସେଚିତ ଅଞ୍ଚଳର ଜମି ଗୁଡିକୁ ସର୍ବ ନିମ୍ନ ଗୋଟିଏ ଚାଷ ପାଇଁ ସମ୍ପର୍ଣ୍ଣ ଜଳ ଯୋଗାଇ ଦେବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ବର୍ଷାଜଳ ପ୍ରବାହିତ ନାଳା ଗୁଡ଼ିକରେ କେତେ ସ୍ଥାନରେ ଚେକ୍‌ଡ୍ୟାମ୍ ନିର୍ମିତ କରାଯାଇଛି । ହେଲେ ଅନେକ ଚେକ୍‌ଡ୍ୟାମ୍ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି । ଯାହାଫଳରେ କି ଗୋଟିଏ ଚାଷ ପାଇଁ ଜଳ ଯୋଗାଇ ଦେବା ପାଇଁ ତିଆରି ହେଉଥିବା ଏହି ଚେକ୍‌ଡ୍ୟାମ୍ ଗୁଡ଼ିକ ଚାଷୀଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଦୁଃଖ ଦେଉଛି ଏବଂ ସରକାରଙ୍କ ସମସ୍ତ ନୀତି ଓ ଯୋଜନା ଧଳା ହାତୀ ପୋଷାରେ ବିନିଯୋଗ ହେଉଛି ବୋଲି ଚାଷୀମହଲରେ ଅଭିଯୋଗ କରିଛନ୍ତି । କେତେକ ଚେକ୍‌ଡ୍ୟାମ୍ ଗୁଡିକ ନିର୍ମାଣ କାର୍ଯ୍ୟ ଶେଷ ଦୀର୍ଘ ଦିନ ଶେଷ ନହୋଇ ଅର୍ଦ୍ଧନିର୍ମିତ ଭାବରେ ପଡ଼ିରହିଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତରା ହେତୁ କାଗଜପତ୍ରରେ ଚେକ୍‌ଡେମ କାର୍ଯ୍ୟ ଠିକ୍ ଭାବରେନିର୍ମିତ ହେଉଥିବା ଦର୍ଶାଯାଇଥିବା ମଧ୍ୟ ଅଭିଯୋଗ ହେଉଛି । ଏଥିରେ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅର୍ଦ୍ଧନିର୍ମିତ ଭାବେରେ ପଡ଼ିରହିଥିବା ଚେକ୍‌ଡ୍ୟାମ୍ ଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କାମ ବର୍ଷାଋତୁ ଆଗମନ ପୂର୍ବରୁ ମରାମତି କାର୍ଯ୍ୟ କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.