ବୌଦ୍ଧ, (ବଂଶୀଧର ମାଝୀ) : ଆଜି ୧୧ଟା ସମୟରେ ଜିଲ୍ଲା କାର୍ଯ୍ୟାଳୟର ଦୃଶ୍ୟ ଓ ଶ୍ରାବ୍ୟ ସମ୍ମିଳନୀ କକ୍ଷରେ ଦୁରଭାଷା ମାଧ୍ୟମରେ ଏକ ବୈଠକ ଆହ୍ୱାନ କରଯାଇଥିଲା । ଏଥିରେ ମାନ୍ୟବର ସାଂସଦ କନ୍ଧମାଳିଙ୍କ ପ୍ରତିନି , ବିଧାୟକ ବୌଦ୍ଧ ଓ କଣ୍ଟାମାଳ ତତ ସହିତ ପ୍ରତ୍ୟେକ ବ୍ଲକର ଚେୟାରମ୍ୟାନ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟକ୍ଷକ, ପ୍ରକଳ୍ପ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧିକାରୀ ବୌଦ୍ଧ ପୌରାଞ୍ଚଳ ତଥା ସମସ୍ତ ନିର୍ବାହୀ ଯନ୍ତ୍ରୀ, ଚିକିତ୍ସା ଅଧୁକାରୀ, ପଶୁ ଚିକିତ୍ସା ଅଧିକାରୀ ଓ ସମସ୍ତ ପଦସ୍ଥ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟତଃ ବୌଦ୍ଧ ଜିଲ୍ଲାରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତର କିପରି ସଠିକ୍ ଭାବରେ ମୂକବିଲା କରାଯିବ ସେହି ସମ୍ବନ୍ଧରେ ପୂର୍ବ ପ୍ରସ୍ତୁତି ସହ ପଞ୍ଚାୟତିରାଜ ପ୍ରତିନିମାନଙ୍କର ମତାମତ ଗ୍ରହଣ କରଯାଇଥିଲା । ତତ୍ ସହିତ ୟାସ ଓ କୋଭିଡ ପରିଚାଳନା ସମ୍ବଦ୍ଧରେ ମଧ୍ୟ ଆଲୋକପାତ କରଯାଇଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ଅସନର କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ବିଷୟ ଆଲୋଚନା କରିଥିଲେ । ସାଂସଦଙ୍କ ପ୍ରତିନିଧି ସମସ୍ତ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧଙ୍କୁ ସାଧୁବାଦ ଜଣାଇଥିଲେ ଓ ଏହି ଅବସରରେ ସେ ୱେଚ୍ଛାସେବୀ ସଂଗଠନ ମାନଙ୍କ ସହଯୋଗ କାମନା କରିଥିଲେ । ବିଧାୟକ ବୌଦ୍ଧ ସମସ୍ତ ପଦସ୍ଥ ଅଧିକାରୀମାନେ ଠିକ ଭାବରେ କାର୍ଯ୍ୟକ୍ରମ ଆକଳନ କରି ସଠିକ ସମୟରେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ମୁଖ୍ୟତଃ ଚିକିତ୍ସା କ୍ଷେତ୍ରରେ ବୌଦ୍ଧରେ ଡାକ୍ତର ଓ ନର୍ସଙ୍କ ଆହୁରି ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ମାନ୍ୟବର ସାଂସଦ କିମ୍ବା ମେଡ଼ିକାଲର ଏକ ଡାକ୍ତରୀ ଦଳକୁ ଏଠାରେ ନିୟୋଜିତ କରିବା ପାଇଁ ମତାମତ ଦେଇଥିଲେ । ମାନ୍ୟବର ବିଧାୟକ କଣ୍ଟାମାଳ କୋଭିଡ ପରିକ୍ଷାକୁ ଆହୁରି ବଢାଇବା ସହିତ କୋଭିଡ ଡାକ୍ତରଖାନାରେ ରୋଗୀଙ୍କର ଠିକ ଭାବରେ ଯତ୍ନ ନିଆଯିବ ଓ ସେମାନଙ୍କର ସମ୍ପର୍କୀୟ ମାନଙ୍କ ସହ ସେମାନେ କିପରି ଯୋଗାଯୋଗ ଭଲ ଭାବରେ କରି ପାରିବେ ସେ ବିଷୟରେ ଆଲୋଚନା କରିଥିଲେ ତତ୍ ସହିତ ଫସଲ କ୍ଷତିର ସଠିକ ଆକଳନ କରିବା ପାଇଁ ସେ କୃଷି ଅଧିକାରୀ ସହିତ ଅମିନ ଓ ରାଜସ୍ୱ ନିରୀକ୍ଷକ ମାନଙ୍କ ମିଳିତ ସର୍ବେକ୍ଷଣ ଉପରେ ଗୁରୁତ ଦେଇଥିଲେ । ଏହି ପରିପେକ୍ଷିରେ ହରଭଙ୍ଗା ଚେୟାରମ୍ୟାନ ମଧ୍ୟ କହିଥିଲେ ଯେ ତହସିଲଦାର ମାନେ ଠିକଭାବରେ ଆକଳନ କରି ଯୋଗ୍ୟ ହିତାଧିକାରୀମାନଙ୍କୁ ଠିକ୍ ସମୟରେ ସେମାନକ ପ୍ରାପ୍ୟ ପ୍ରଦାନ କାଲେ ସରକାରଙ୍କ ଆଭିମୁଖ୍ୟ ପୂରଣ ହୋଇପାରିବ । ସମସ୍ତଙ୍କ ମତାମତକୁ ସମ୍ମାନ ଦେଇ ଜିଲ୍ଲାପାଳ, ସାଂସଦ ଓ ବିଧାୟକ ମାନଙ୍କର କୋଭିଡ -୧୯ର ଭୟାବହତାକୁ ରୋକିବା ପାଇଁ ଆନ୍ତରିକ ସହଯୋଗକୁ ସାଧୁବାଦ ଜଣାଇଥିଲେ । ବୌଦ୍ଧରେ ତିଆରି ହେବାକୁ ଯାଉଥିବା ଅକ୍ସିଜେନ ପ୍ଲାଣ୍ଟ ଓ କୋଭିଡ ପରୀକ୍ଷାଗାର ପାଇଁ ସରକାର ତଥା ଜନପ୍ରତିନିଧିମାନଙ୍କର ସହଯୋଗ ବୋଲି ମତବ୍ୟକ୍ତ କରିଥିଲେ ।
Prev Post