oom

କୋଶଲ ଭାରତୀର ସଂଧ୍ୟାକାଳୀନ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

jsmm

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କବିତା ଆସରକୁ ସଂଯୋଜନା କରିଥିଲେ କବି ପୁସ୍ତମ୍ ଯୁଆଡ଼ି । ସ୍ୱରଚିତ କବିତା ଗୁଡିକୁ ପଠନ କରିଥିଲେ ନିମନ୍ତ୍ରିତ କବି ଆଶୁତୋଷ ମେହେର, ସୁଜାତା ଭୋଇ, ରାଜେଶ ପୂଝାରି, ଶୋଭାକର ପ୍ରଧାନ, ପ୍ରଶାନ୍ତ ପଧାନ, ମହେଶ୍ୱର ପଧାନ, କ୍ଷୀରୋଦ୍ର ସାହୁ, ବଲ୍ଲବ ସାହୁ, ମୁରଲୀଧର୍ ଶିକା, ଉମେଶ ବେହେରା, ଅନନ୍ତ ବାଗ, ଧର୍ମରାଜ ମହାମଲ୍ଲିକ, ଶିବାନନ୍ଦ ବନଛୋର, ଶମ୍ଭୁପ୍ରସାଦ ଘିବେଲା, ଦିଲ୍ଲୀପ କୁମାର ସରାପ, ଓ ପୁସ୍ତମ୍ ଯୁଆଡ଼ି । କବିତା ଗୁଡିକୁ ସୁନ୍ଦର ଭାବେ ସମୀକ୍ଷା କରିଥିଲେ କବି, ଆଲୋଚକ, ଗବେଷକ, ଯୁବ ଅଧ୍ୟାପକ ମାନସ କୁମାର ଷଡଙ୍ଗୀ ଓ ଯୁବ କବି ସୁଜିତ କୁମାର ଶତପଥୀ । କବି ସୁଶାନ୍ତ ବାଗଙ୍କର କବିତା ”ହଜଲା ପୁର୍‌ଥି”ର ଆବୃତ୍ତିରେ ସମସ୍ତେ ବିଭୋର ହୋଇଥିଲେ । କବିତା ଆସର୍ ଓ କବିମାନଙ୍କର ଉଦ୍ଦେଶ୍ୟରେ ନିଜର ମତ ରଖିଥିଲେ ବରେଣ୍ୟ ସାହିତ୍ୟିକ ପ୍ରଧ୍ୟାପକ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଅଧ୍ୟାପକ ଶ୍ରୀକର ଭୋଇ, ଓ ଅଧ୍ୟାପକ ହେମନ୍ତ ପଟେଲ । ଯୁବକବି ଅଧ୍ୟାପକ ଫିରୋଜ ପଟେଲ ଓ ଅଧ୍ୟାପକ ସନ୍ତୋଷ ରାଉତ କାର୍ଯ୍ୟକ୍ରମକୁ ସହାୟତା କରିଥିଲେ । ଶେଷରେ କବି ବଲ୍ଲବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.