ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକରୁ ୧୬ ଜଣ, ବଲାଙ୍ଗିର ବ୍ଲକରୁ ୫ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨୨ ଜଣ, ବେଲପଡ଼ା ବ୍ଲକରୁ ୧୫ ଜଣ, ଦେଓଗାଁ ବ୍ଲକରୁ ୧୬ ଜଣ, ଗୁଡ଼ଭେଲା ବ୍ଳକରୁ ୪୪ ଜଣ, କଂଟାବାଂଜି ଏନ୍ଏସି ଅଂଚଳରୁ ୫ ଜଣ, ଖପ୍ରାଖୋଲ ବ୍ଲକରୁ ୨୯ ଜଣ, ଲୋଇସିଂହା ବ୍ଲକରୁ ୨୫ ଜଣ, ପୁଇଁନ୍ତଲା ବ୍ଲକରୁ ୧୦ ଜଣ, ସଇଁନ୍ତଲା ବ୍ଲକରୁ ୩୫ ଜଣ, ଟିଟିଲାଗଡ଼ ବ୍ଲକରୁ ୭ ଜଣ, ତୁରେକେଲା ବ୍ଲକରୁ ୧୮ ଜଣ ଓ ତୁଷୁରା ଏନ୍ଏସି ଅଂଚଳରୁ ୫ ଜଣ ସଂକ୍ରମିତ ହୋଇଛନ୍ତି ।