jayashree

ପଦ୍ମପୁର ସବ-ଜେଲରେ ୮୩ ଜଣଙ୍କର ବାହାରିଲା କୋଭିଡ ପଜିଟିଭ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗୁଥିବା ବେଳେ ଲକଡାଉନ ପରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ପଦ୍ମପୁର ସବ-ଜେଲରେ ୮୩ ଜଣ ଅନ୍ତେବାସୀଙ୍କର କୋଭିଡ ପୋଜିଟିଭ୍‌ ବାହାରିଥିବା ବେଳେ ଉଭୟ ପ୍ରଶାସନ ଏବଂ ଜନ ସାଧାରଣଙ୍କ ଚିନ୍ତା ବଢାଉଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କର ସୂଚନା ଅନୁଯାୟୀ ଗତ କାଲି ସବ-ଜେଲ୍‌ରେ ୧୨୪ ଜଣ ଅନ୍ତେବାସୀଙ୍କ ସହ ୮ ଜଣ ଷ୍ଟାପଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ୮୩ ଜଣ ଅନ୍ତେବାସୀଙ୍କର ରିପୋର୍ଟ ପୋଜିଟିଭ୍‌ ଆସିଥିଲା । ଫଳରେ ହଠାତ ଏତିକି ବଡ ସଂଖ୍ୟାରେ ବାହାରିଥିବା ଆକ୍ରାନ୍ତ ସଂଖ୍ୟା ପ୍ରଶାସନ ପାଇଁ ବର୍ତ୍ତମାନ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅନ୍ୟପଟେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ତାମଧ୍ୟରୁ ଜଣଙ୍କ ଅକ୍ସିଜେନ ଲଗାଯାଇଇଥିଲା କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.