jayashree

ସାମ୍ବାଦିକ ବସନ୍ତ ମେହେରଙ୍କ ମାତୃ ବିୟୋଗ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳର ସାମ୍ବାଦିକ ବସନ୍ତ ମେହେରଙ୍କ ମା’ କୌଶଲ୍ୟା ମେହେର ଦୀର୍ଘ ତିନି ବର୍ଷ ପୂର୍ବେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଓ ଗତ ଚାରି ଦିନ ତଳେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍‌ଙ୍କୁ ପ୍ରଥମେ ଗୋଷ୍‌ଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଧିକ ଗୁରୁତର ହେବାରୁ ଉପଖଣ୍ଡ ଚିକିତ୍ସାଳୟ ପାଟଣାଗଡରେ ଭର୍ତି କରାଯାଇଥିଲା । ୠତକାଲି ତାଙ୍କ କରୋନା ପରୀକ୍ଷା କରାଯିବାରୁ ପଜିଟିଭ ଆସିଥିଲା । ପରେ ଡାକ୍ତର ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ରେଫର କରିଥିଲେ । ରେଫର କରିବା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକ ଗ୍ରାମକୁ ଆଣି ଶବ ସତ୍କାର କରିବା ପାଇଁ ବାହାରିଥିଲେ, ହେଲେ କେହି ପରିଜନ ବନ୍ଧୁ ବାନ୍ଧବ ଆସି ନଥିଲେ । ଶେଷରେ ଖପ୍ରାଖୋଲ ଗୋଷ୍‌ଷ୍ଠୀ ଉନୟନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ଶେଷରେ ବିଡିଓ ତରଣୀ ସୁନା ମଣିଷପଣିଆ ଦେଖାଇ ଥିଲେ । ତାଙ୍କ ଟିମ ଶହ ବାହଚ ଆମ୍ବୁଲାନ୍ସ ପଠାଇ ଖପ୍ରାଖୋଲ ତହସିଲଦାର ଓ ଭାନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗୋପାଳ ବାରିକ, ଭାନପୁର ସରପଞ୍ଚ ତ୍ରିନାଥ ବାରିକ ଓ ଇଓ, ଖପ୍ରାଖୋଲ ଥାନା ଏସଆଇ ସେୱାନ କେରକେଟା ଓ ସେବା ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତା ଏବଂ ତାଙ୍କର ଦୁଇ ପୁଅ ବସନ୍ତ ମେହେର, ବେଣୁଧର ମେହେର ଓ ବୁଢା ବାପା ସାଗର ମେହେର ପିପିଇ କୀଟ୍‌ ପିନ୍ଧି ନିଜ ଜମିରେ ଶବ ସତ୍କାର କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ଏକାବନ ବର୍ଷ ହୋଇଥିଲା ।

Leave A Reply

Your email address will not be published.