ପାରିବାରିକ ବିବାଦକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ ଭାଇ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶୁଣ୍ଡିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ପାରିବାରିକ ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟି ଯାଇଛି । ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର ଇଶ୍ବର କଲତା (୫୦) ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ କୌଣସି ପାରିବାରିକ କାରଣକୁ ନେଇ ନିଜ ସାନ ଭାଇ ସର୍ବେଶ୍ୱର କଲତା (୪୨) ଙ୍କ ସହ ବଚସା ହୋଇଥିଲା । ଉତକ୍ଷୀପ୍ତ ହୋଇ ଇଶ୍ବର ଗୋଟିଏ ଟାଙ୍ଗିଆରେ ସାନ ଭାଇ ସର୍ବେଶ୍ୱରଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ନିଜ ଘର ଅଗଣାରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଶଗଡା ଫାଣ୍ଡି ଓ ମନମୁଣ୍ଡା ଥାନା ପୋଲିସ୍ ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ ଭାଇକୁ ଆଣି ଅଟକ ରଖିଥିବା ଜଣା ପଡିଛି । ପୋଲିସ୍ ତଦନ୍ତ କଲା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିବ ବୋଲି ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.