csstore

ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ଜନ୍ମେଜୟ ସେଠଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକଦା ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ସାମିଲ ହୋଇଥିବା ପଦ୍ମପୁର ନିକଟସ୍ଥ ଲୁହାରପାଲି ଗ୍ରାମର ଜନ୍ମେଜୟ ସେଠଙ୍କ ୮୭ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ଦେହାନ୍ତ ହୋଇ ଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ଶ୍ରୀ ରାଜ କୁମାର ସେଠ ସ୍ୱର୍ଗତ ସେଠଙ୍କ ବଡପୁଅ ଅଟନ୍ତି । ଶେଷ ସମୟ ପର୍ୟ୍ୟନ୍ତ ସେ ଚଳଚଞ୍ଚଳ ଥିଲେ ଓ ତାଙ୍କର ଅମାୟିକ ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ । ଆଜି ଲୁହାରପାଲି ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ତାଙ୍କର ଦୁଇଟି ପୁଅ, ଦୁଇଟି ଝିଅ ଓ ତିନୋଟି ନାତି ନାତୁଣୀଙ୍କୁ ଛାଡି ଚାଳି ଯାଇଛନ୍ତି । ତାଙ୍କର ଦେହାନ୍ତରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦିଲ୍ଲୀପ ବେହେରା, ସଂପାଦକ ଦୁର୍ୟ୍ୟୋଧନ ପୁଟା, ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ରଘୁବି ସିଂ ବରିହା, ଧୀରେନ ମହାନ୍ତି, ସୁରେଶ ପ୍ରଧାନ, ଭୀଷ୍ମଦେବ ପଟେଲ ଆଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.