jsm

ଛତରଦାଣ୍ଡି ସଂରକ୍ଷିତ ଜଂଗଲରୁ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

csstore

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କଂଟାବାଂଜି ଛତରଦାଣ୍ଡି ରିଜର୍ଭ ଫରେଷ୍ଟ ଅଧିନସ୍ଥ ରତାଖଣ୍ଡି ଜୋର ନିକଟରୁ ଏକ ଗଛରୁ ଝୁଲନ୍ତା ମୃତ ଦେହ ଆଜି ପୋଲିସ ଉଦ୍ଧାର କରିଛି । ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ ପରେ ଦେଇଥିବା ସୂଚନା ଅନୁସାରେ ମୃତକ ଜଣକ ବଂଗୋମୁଣ୍ଡା ଥାନା ବେଲପଡା ଗାଁର କେଶବ ମେହେର (୫୮) । ଘଟଣାସ୍ଥଳରେ କଂଟାବାଂଜି ପୋଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର, ସାଇଂଟିଫିକ୍‌ ଟିମ ସହ ତୁରେକେଲା ଥାନା ଆଇ.ଆଇ.ସି. କମଲ କିଶୋର ବେହେରା ପହଂଚି ମୃତ ଦେହକୁ ଗଛରୁ ଓହ୍ଲାଇଲା ପରେ କଂଟାବାଂଜି ଡାକ୍ତରଖାନାରେ ଶବ ବ୍ୟବଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ତୁରେକେଲା ପୋଲିସ କେସ ( ନଂ. ୭୫/୨୦୨୧) ଦଫା ୩୦୨/୩୦୧ ଆଇ.ପି.ସି. ରୁଜୁ କରି ଅଧିକ ଅନୁସଂଧାନ ଜାରି ରହିଛି । ମୃତକର ପୁଅ ମେଘନାଥ ମେହେରଙ୍କ ଲିଖିତ ଅଭିଯୋଗ ଉପରେ ଅଧିକ ଅନୁସଂଧାନ ଜାରି ରହିଥିବା ବିଷୟ ପୋଲିସ ସୂଚନା ଦେଇଛି ।

yuvodaya
Leave A Reply

Your email address will not be published.