ବିବାହର ପାଞ୍ଚ ଦିନ ପରେ କରୋନା ସଂକ୍ରମଣରେ ବର ମୃତ, ଅନେକ ଲୋକ ସଂକ୍ରମିତ ହୋଇଥିବା ଆଶଂକା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ ଦିନ ପୂର୍ବେ ବିବାହ କରିଥିବା ବର କୋଭିଡ -୧୯ ସଂକ୍ରମିତ ହୋଇ ମାତ୍ର ୨୬ ବର୍ଷ ବୟରେ ଜୀବନ ହରାଇଥିବା ସୂଚନା ମିଳିଛି । ଏହି ଯୁବକଙ୍‌ଙ୍କ ମୃତ୍ୟୁ ପରେ କର୍ତ୍ତୃପକ୍ଷ ବିବାହ ସମାରୋହରେ ଉପସ୍ଥିତ ଥିବା ଲୋକଙ୍କୁ ସନ୍ଧାନ କରୁଛନ୍ତି, କାରଣ ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ଅନେକ ଲୋକ ମଧ୍ୟ ସଂକ୍ରମଣର ଶୀକାର ହୋଇଥିବା ସମ୍ଭାବନା ବଢ଼ିଛି । ରାଜକନିକା ପୋଲିସ ଷ୍ଟେସନ ପରିସରରେ ଦୁର୍ଗାଦେବୀପଡା ଗାଁର ବାସିନ୍ଦା ସଂଜୟ କୁମାର ନାୟକ ୧୦ ମଇରେ ବିବାହ କରିଥିଲେ । ନାୟକ ତାଙ୍କ ବିବାହ ପାଇଁ ବେଙ୍ଗାଲୁରୁରୁ ଆସିଥିଲେ ଏବଂ ଜ୍ୱର ଭଳି ଲକ୍ଷଣ ଦେଖାଦେବା ପରେ ମେ’ ୧୩ରେ ସେ କୋଭିଡ -୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ରାଜକାନିକାର କମ୍ୟୁନିଟି ହେଲ୍ଥ ସେଣ୍ଟରର ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, ପ୍ରଥମେ ସେ ଘରେ ଅଲଗା ଥିଲେ । କିନ୍ତୁ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ମେ ୧୫ରେ ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.