oom

କଂଟାବାଂଜି ଏନ.ଏ.ସି.ଦ୍ୱାରା ଜବର ଦଖଲ ଉଚ୍ଛେଦ : ବଡବଡିଆଙ୍କୁ ମାଫ୍‌, ଗରୀବ ଉପରେ ଦାଉ ଅଭିଯୋଗ

jsmm

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି ଏନ.ଏ.ସି.ଦ୍ୱାରା ବଂଗୋମୁଣ୍ଡା ରେଲ ଫାଟକ ନିକଟରେ ଥିବା ସରକାରୀ ଜମି ଖାତା ନଂ. ୨୪୧ ପ୍ଲଟ ନଂ. ୨୪୧ କିସମ ରାସ୍ତା ଏରିଆ ଏ.୦.୧୦ଡି.ରେ ଅନାଧିକାର ନିର୍ମାଣ ହେଉଥିବା ଏକ ଘରକୁ ସୋମବାର ଦିନ ଜେସିଭି ଲଗାଇ ଊଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ସ୍ଥାନୀୟ ତହସିଲଦାର ତଥା ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ଅଶୋକ କୁମାର ମାଝି, ଅତିରିକ୍ତ ତହସିଲଦାର ତଥା ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଯୋଗେଶ୍ୱର ଧରୁଆ, ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲ, ଏଏସଆଇ ଭଗବତ ସା ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ । କଂଟାବାଂଜି ସହରରେ ଥିବା ସରକାରୀ ଏକର ଏକର ଜମି ବଡ ବଡ ଜମି ମାଫିଆ ଏବଂ ପ୍ରଭାବଶାଳି ବ୍ୟକ୍ତିମାନେ ପକ୍କା କୋଠା ଏବଂ ଘର ନିର୍ମାଣ କରି ବ୍ୟବସାୟ କରି ଆସୁଥିଲେ ସୁଦ୍ଧା ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । କିନ୍ତୁ ଜଣେ ଗରିବ ବ୍ୟକ୍ତି ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ହୋଟେଲ କରି କୁଡିଆ ଘରରେ ନିଜର ଜୀବନ ଜୀବିକା କରୁଥିବା ବେଳେ ତାକୁ ଉଚ୍ଛେଦ କରାଯାଇଥିବାରୁ ବାବାଜି ବେସନ ପ୍ରଶାସନର ଘୋର ନିନ୍ଦା କରିବା ସହିତ ଗରିବଙ୍କ ପାଇଁ ନ୍ୟାୟ କାହିଁ ବୋଲି ପ୍ରଶ୍ନ କରିଛନ୍ତି ଅନ୍ୟ ପଟେ ବୁଦ୍ଧିଜୀବୀ ମହଳରୁ ମଧ୍ୟ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.