om academy

ଲକ୍‌ଡାଉନ ବେଳେ କଂଟାବାଂଜି ରେଲବାଇ ପୋଲିସ ଫୋର୍ସର ବଡ ସଫଳତା : ପ୍ଲାଟଫର୍ମରୁ ୪୨ ବୋତଲ ବିଦେଶୀ ମଦ, ୩୫୦ ପାଉଚ୍‌ ଦେଶୀ ମହୁଲି ମଦ ଜବତ ସହ ୩ ଜଣ ଗିରଫ

jsm

କଂଟାବାଂଜି, (ମନୀଶ କୁମାର ହଂସ) : ଶନିବାର ଦ୍ୱୀପ୍ରହର ସମୟ ପ୍ରାୟ ଘଣ୍ଟା୨.୫୦ ମିନିଟରେ କଂଟାବାଂଜି ରେଲବାଇ ପୋଲିସ ଫୋର୍ସ ପ୍ଲାଟଫର୍ମ ନଂ.୧ରୁ ୪୨ ବେତଲ ବିଦେଶୀ ମଦ, ୩୫୦ ଦେଶୀ ପାଉଚ୍‌ ମହୁଲି ମଦ ସହ ୩ଜଣକୁ ଗରିଫ କରି ଅଧିକ ଅନୁସଂଧାନ ଯାରି ରହିଛି । ମିଳିଥିବା ସୂଚନା ଅନୁସାରେ ଗତ ତା. ୮.୫.୨୦୨୧ ଦିନ ଦ୍ୱିପ୍ରହର ସମୟ ବିଶାଖାପାଟଣା- ନିଜାମୁଦ୍ଦିନ କୋଭିଡ ସ୍ପେସିଆଲ ଟ୍ରେନ ନଂ.୦୨୮୮୭ ପ୍ଲାଟ ଫର୍ମରେ ପହଂଚିଥିଲା । ଟ୍ରେନଟି ପ୍ଲାର୍ଟ ଫର୍ମରେ ପହଂଚିବା କ୍ଷଣି ୩ଜଣ ବ୍ୟକ୍ତି ଉକ୍ତ ମଦକୁ ଏକ ଟ୍ରଲି ବେଗରେ ଭର୍ତିକରି ନେଉଥିବା ବେଳେ ଅନଡ୍ୟୁଟି ଆରପିଏଫ ପୋଲିସ ସଂଦିପ, ଜିଆରପି ଏଏସଆଇ ଶ୍ରୀ ଦଣ୍ଡସେନା ସଂଦେହ କରି ଯାଂଚ କରିବା ମଧ୍ୟରେ ଗିରଫ କରିଥିଲେ । ଉକ୍ତ ସମସ୍ତ ମଦ କଂଟାବାଂଜିରୁ ରାୟପୁରକୁ ଚଢା ଦରରେ ବିକ୍ରି କରିବା ପାଇଁ ଚାଲାଣ କରୁଥିବା ବେଳେ ଜବତ ଜିନିଷର ମୂଲ୍ୟ ୪୨ହଜାର ଟଙ୍କାର ବୋଲି ଆରପିଏଫ ପୋଲିସ ସୂତ୍ରରୁ ଜଣାପଡିଛି । କଂଟାବାଂଜି ଆରପିଏଫ ଥାନା କେସ ନଂ. ୯/୨୧, ୧୦/୨୧ ଓ ୧୧/୨୧ ତା. ୮/୫/୨୦୨୧ ରୁଜୁ କରି ଅଧିକ ଅନୁସଂଧାନ କରୁଥିବା ବିଷୟ ଆରପିଏଫ ଆଇଆଇସି ଦିପକ କୁମାର ସୂଚନା ଦେଇଥିବା ବେଳେ କଂଟାବାଂଜି ଜିଆରପି ତରଫରୁ ମଧ୍ୟ ଅଧିକ ଦତନ୍ତ ଜାରି ରହିଛି । ପ୍ରକାଶ ଥାଉକି ଲକ୍‌ ଡାଉନ ଓ ସଟ୍‌ ଡାଉନ ସମୟରେ କଂଟାବାଂଜି ରେଲବାଇ ଅଂଚଳରେ ଅବାଧରେ ମଦ ବିକ୍ରି ହେଉଥିବାରୁ କଡାକଡି ଭାବେ ଧରପଗଡ କରିବା ପାଇଁ ବୁଦ୍ଧିଜୀବୀ ମହଳରୁ ଦାବୀ ହେଉଛି ।

Leave A Reply

Your email address will not be published.