jsm

ଯୁବାଖୋଲ ଗ୍ରାମରେ ଭଲ ଭାବେ ଆସୁନି ଟାୱାର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମ ଟି ଚାରି ଆଡେ ପାହାଡ ପର୍ବତ ଘେରା ଜଙ୍ଗଲ । ଏଇ ଗାଁରେ କୈାଣସି ଟାୱାର ଭଲ ଭାବେ ନ ଆସୁଥିବାରୁ ଛୁଆ ମାନଙ୍କର ପାଠ ପଢାରେ ବ୍ୟାହତ ସଙ୍ଗେ ସଙ୍ଗେ ଲୋକଙ୍କର ବହୁତ ଅସୁବିଧା ହେଉଛି ‌। କୌଣସି ଦରକାରୀ ସମୟରେ ଲୋକମାନଙ୍କ ଯୋଗାଯୋଗ ହୋଇ ପାରୁନାହିଁ କି ଅତି ଜରୁରୀ ସମୟରେ ରୋଗୀ ସେବା ପାଇଁ ଡାକ୍ତର କିମ୍ବା ଗର୍ଭବତୀ ମହିଳାଙ୍କୁ ନେବା ପାଇଁ  ୧୦୮କୁ ମଧ୍ୟ ଯୋଗାଯୋଗ କରିବାକୁ ବଞ୍ଚିତ ହେଉଛନ୍ତି । ଏଥିପାଇଁ ସର୍ବ ସାଧାରଣଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

yuvodaya
Leave A Reply

Your email address will not be published.