ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ରହିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକରୁ ୧୫ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଙ୍ଗୋମୁଣ୍ଡା ବ୍ଳକରୁ ୨୦ ଜଣ, ବେଲପଡ଼ା ବ୍ଲକରୁ ୩୨ ଜଣ, ଦେଓଗାଁ ବ୍ଳକରୁ ୧୮ ଜଣ, ଗୁଡ଼ଭେଲା ବ୍ଳକରୁ ୭ ଜଣ, କଂଟାବାଂଜି ଏନ୍‌ଏସି ଅଂଚଳରୁ ୧୯ ଜଣ, ଖପ୍ରାଖୋଲ ବ୍ଳକରୁ ୩୦ ଜଣ, ଲୋଇସିଂହା ବ୍ଲକରୁ ୫ ଜଣ, ମୁରିବାହାଲ ବ୍ଲକରୁ ୫ ଜଣ, ପାଟଣାଗଡ଼ ବ୍ଲକରୁ ୬ ଜଣ, ପାଟଣାଗଡ଼ ଏନ୍‌ଏସି ଅଂଚଳରୁ ୯ ଜଣ, ସଇଁନ୍ତଲା ବ୍ଳକରୁ ୨୯ ଜଣ, ତୁରେକେଲା ବ୍ଲକରୁ ୨୯ ଜଣ, ତୁଷୁରା ଏନ୍‌ଏସି ଅଂଚଳରୁ ୧୧ ଜଣ ଓ ପୁଇଁନ୍ତଲା ବ୍ଲକରୁ ୨୦ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏବେ ଜିଲ୍ଲାରେ ୨୬୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।

Leave A Reply

Your email address will not be published.

eighteen + 6 =