jsm

କଟକ ସଦର ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ହେଉ : ଉତ୍କଳ ବିକାଶ ପରିଷଦ

csstore

କଟକ, ( ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ୍ ୫ନଂ ଜୋନ୍ ଆୟତପୁର ପଂଚାୟତ ଉପକଣ୍ଠ ବ୍ରାହ୍ମଣବାଡ, ଦାମୋଦରପୁରର ୧୩, ୧୪, ୧୫ ନମ୍ବର ୱାର୍ଡରେ ଜଳସଂକଟ ଅବସ୍ଥା ଭୟାନକ ରୂପନେଇଛି । ଏହି ଅଞ୍ଚଳରେ ସ୍ୱଜଳଧାରା ଯୋଜନା ଥାଇମଧ୍ୟ ସ୍ଥାନୀୟ ଲୋକମାନେ ପାଣିପାଇଁ ଡହଳବିକଳ ହେଉଥିବାର ଦେଖିବାକୁ ମିଳୁଛି । କଟକ ସହରର ଅତି ନିକଟରେ ଏଭଳି ସମସ୍ୟା ପାଇଁ ସାଧାରଣ ଜନତା ଏହାକୁ ଦୀପତଳ ଅନ୍ଧାର ବୋଲି ବିବେଚନା କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ସହିତ ଆଗକୁ ଆହୁରି ପ୍ରଚଣ୍ଡ ରୌଦ୍ରତାପକୁ ନଜରରଖି ସମସ୍ୟାର କାରଣ ଓ ନିରାକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଯୁବନେତା ଲକ୍ଷ୍ମୀଧର ଜେନା, ଯୁବସମାଜସେବୀ ପରେଶ୍ ଭୂୟାଁ, ସୁରେନ୍ଦ୍ର ନାୟକ, ରବି ବାରିକ, ଅଭିମନ୍ୟୁ ଲେଙ୍କା, ନିରଜଂନ ବେହେରା, ସଂଜୟ ସେଠୀ, ବଳରାମ ନାୟକ, ସଂଜୟ ସାହୁ, ବରିଷ୍ଠ ସଭ୍ୟ ଇଂ.ପ୍ରକାଶ ମିଶ୍ର ପ୍ରମୁଖ ଦାବୀ କରିଛନ୍ତି ।

yuvodaya
Leave A Reply

Your email address will not be published.