ପାଇକମାଲରେ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ସକାଶେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ପାଇକମାଲ ତହସିଲଦାର ମନୋଜ କୁମାର ମେହେରଙ୍କ ଜରିଆରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପାଇକମାଲରୁ ପଦ୍ମପୁର ପଟକୁ ବିଜୁ ଏକ୍ସପ୍ରେସ ୱେ ରାସ୍ତା ନିକଟରେ ଜନୈକ ବ୍ୟକ୍ତି ଏକ ନୂତନ ବିଦେଶୀ ମଦ ଦୋକାନ ଖୋଲିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଏହି ଜନଗହଳି ରାସ୍ତାରେ ନିକଟରେ ବିନ୍ଧ୍ୟାବାସିନୀ ମହା ବିଦ୍ୟାଳୟ ଏବଂ ଯମୁନା ବାଳିକା ଉଚ୍ଚ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଅଛି । ଏହି ରାସ୍ତାକୁ ଅତିକ୍ରମ କରି ଛାତ୍ରଛାତ୍ରୀ ମାନେ କଲେଜ ଓ ସ୍କୁଲକୁ ଯାଆନ୍ତି । ଏହି ରାସ୍ତା ଦେଇ ମାଁ ତାରଣୀ ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ଯିବା ଆସିବା କରିନ୍ତି । ବିଦେଶୀ ମଦ ଦୋକାନ ରାସ୍ତା ପାଖରେ ଥିବାରୁ ମଦୁଆମାନଙ୍କ ପ୍ରାଦୁର୍ଭାବରେ ଅନେକ ଅଘଟଣ ଘଟିବାର ଆଶଙ୍କା କରାଯାଏ । ଏଭଳି ପରିସ୍ଥିତିରେ ମଦ ଦୋକାନ ଖୋଲିବା ବେଆଇନ ଅଟେ । ଏହାକୁ ପ୍ରତିବାଦ କରି ଖୋଲା ଯାଇଥିବା ନୂତନ ମଦ ଦୋକାନକୁ ସ୍ଥାନାନ୍ତରିତ କରିବା ସକାଶେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହା ସହିତ ବରଗଡ ସାଂସଦ, ଅବକାରୀ ଅଧିକ୍ଷକ, ପାଇକମାଲ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଯଦି ପ୍ରଶାସନ ଏହାର ବିହିତ ପଦକ୍ଷେପ ନ ନିଏ ତେବେ ଆଗାମୀ ସମୟରେ ସଦସ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ବିଜେପିର ପିଣ୍ଟୁ ଭୋଇ, ବିକି ଅଗ୍ରୱାଲ, ଆକାଶ ବହିଦାର, ପଞ୍ଚାମ ଦାଶଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven + 8 =