ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ ଆନ୍ଦୋଳନ : ସରକାରଙ୍କ ସହ ଆଲୋଚନା ବିଫଳ

ମେ ମାସ ୧୫ ତାରିଖରୁ ସମୂହ ଛୁଟିରେ ଯିବେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆନ୍ଦୋଳନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେଲା । ଏହି ପରିପ୍ରେକ୍ଷୀରେ ୨୦୨୧ ଏପ୍ରିଲ ୨୭ ତାରିଖରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏବଂ ବିଭାଗୀୟ ସଚିବ ଆର୍‌ ରଘୁ ପ୍ରସାଦ ପ୍ରାଣୀ ଚିକିତ୍ସା ସେବା ସଂଘର ଏକ ପ୍ରତିନିଧି ମଣ୍ଡଳୀ ସହ ଆଲେଚନା କରିଛନ୍ତି । ଏହି ଆଲୋଚନା କାଳରେ ବିଭାଗୀୟ ମନ୍ତ୍ରୀ ପ୍ରାଣୀ ଚିକିତ୍ସକମାନଙ୍କ ଦାବୀ ଯଥାର୍ଥ ବୋଲି ହୃଦବୋଧ କରିବା ସହିତ ଏ ଦିଗରେ ସକାରାତ୍ମକ ଭାବେ ବିଚାର କରିବେ ବୋଲି ପୁନର୍ବାର ପ୍ରତିଶୃତି ଦେଇଥିଲେ ।

କିନ୍ତୁ ପୂର୍ବରୁ ବାରମ୍ବାର ଏଭଳି ପ୍ରତିଶୃତି ପାଇ ନିରାଶ ହୋଇଥିବା ପ୍ରାଣୀ ଚିକିତ୍ସକମାନେ ସେଥିରେ ସନ୍ତୁଷ୍ଟ ହୋଇ ନଥିଲେ, କାରଣ ଗତ ୨୦୨୦ ଡିସେମ୍ବର ୧୫ ତାରିଖରେ ମାନ୍ୟବର ମନ୍ତ୍ରୀ ସମାନ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ସେମାନେ ଅଭିଯୋଗ କରିଥିଲେ । ଯଦିଓ ସେମାନେ ଏବେ ଡିଜିଟାଲ କାର୍ଯ୍ୟ ବର୍ଜନ ସହିତ କମଲ ଛାଡ ଆନ୍ଦୋଳ କରୁଛନ୍ତି । ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ସେମାନେ ନିର୍ଦ୍ଧାରିତ କାର୍ଯ୍ୟ ଦିବସ ଓ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ କାର୍ଯ୍ୟାଳୟ ପରିସର ମଧ୍ୟରେ ନିରବିଚ୍ଛିନ୍ନ ସେବା ଯୋଗାଇବେ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରୋଗାକ୍ରାନ୍ତ ପ୍ରାଣୀମାନଙ୍କୁ ଦୂରଦୂରାନ୍ତରୁ ଖରା ବର୍ଷରେ ଯାନବାହାନ ପୂର୍ଣ୍ଣ ରାସ୍ତାଘାଟରେ ଚଲାଇ ପ୍ରାଣୀ ଚିକିତ୍ସାଳୟକୁ ଆସିବା ସମ୍ଭବପର ହେଇନଥିବାରୁ ପ୍ରାୟ ୯୦ ଭାଗ ପ୍ରାଣୀ ଚିକିତ୍ସା ସେବା ପ୍ରାଣୀପାଳନମାନଙ୍କ ଦ୍ୱାର ଦେଶରେ ହୋଇଥାଏ । ସେହିପରି କାର୍ଯ୍ୟାଳୟ ନିର୍ଘଣ୍ଟ ବାହାରେ ମଧ୍ୟ ପ୍ରାଣୀମାନଙ୍କର ବିଭିନ୍ନ ଜରୁରୀ କାଳୀନ ସମସ୍ୟା ଉପୁଜିଥାଏ ଯାହା ପାଇଁ ଆଶୁ ଚିକିତ୍ସା ନିତାନ୍ତ ଅପରିହାର୍ଯ୍ୟ ହୋଇଥାଏ । ସେଥି ପାଇଁ ଏହି ୧୫ଦିନ ପ୍ରାଣୀ ଚିକିତ୍ସା ସେବା ବଡ ଆକାରରେ ବ୍ୟାହତ ହେବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉକ୍ତ ଅବଧି ମଧ୍ୟରେ ଦାବୀ ପୂରଣ ନହେଲେ ପୁର୍ବ ନିର୍ଦ୍ଧାରିତ ଖସଡା ଅନୁଯାୟୀ ସେମାନେ ମେ ମାସ ୧୫ ତାରିଖରୁ ସମୂହ ଛୁଟିରେ ଯିବେ ଏବଂ ଏହା ପରେ ଯଦି ସରକାର ପ୍ରାଣୀ ଚିକିତ୍ସକମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ ନକଲେ ମେ ୨୫ ତାରିଖରୁ ସମସ୍ତ ପ୍ରାଣୀ ଚିକିତ୍ସକ ରାଜ୍ୟ ସରକାରଙ୍କୁ ନିଜର ଇସ୍ତାଫା ପତ୍ର ଦେଇଦେବେ ବୋଲି ଡ. ଆଲୋକ କୁମାର ନାଏକ, ଡ. ଜ୍ଞାନ ରଂଜନ ପଟ୍ଟନାୟକ, ଡ. ସୁବ୍ରତ କୁମାର ନାଏକ, ଡ. ସୁବ୍ରତ ରଥ, ଡ. ହିମାଂଶୁ ଶେଖର ମିଶ୍ର, ଡ.ଦେବସ୍ମିତା ଦେବତା, ଡା. ଭବାନୀ ଶଙ୍କର ବେହେର, ଡା. ଆନନ୍ଦ ସାଗର ସେଠ, ଡା. ଅଞ୍ଜଳି ପଧାନ, ଡା. ହେମକାନ୍ତ ସାହୁ ପ୍ରମୁଖ ପ୍ରତିବାଦ ଜଣାଇଛନ୍ତି ।

Leave A Reply

Your email address will not be published.

four + 13 =

error: Content is protected !!