csstore

ଖପ୍ରାଖୋଲ, ବେଲପଡା ଅଞ୍ଚଳରେ ବେଆଇନ ଦେଢୀ(ଅଠାରୀ) ସୁଧ କାରବାର : ଲୋକେ ସର୍ବସ୍ୱାନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସମ୍ପ୍ରତି ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ବେଆଇନ୍‌ ଦେଢୀ(ଅଠାରୀ) ସୁଧ କାରବାର ବୃଦ୍ଧି ପାଉଥିବା ସାଧାରଣରେ ଆଲୋଚନା ହେଉଛି । ଏହି କାରବାରରେ ନୀରିହ ଲୋକେ ସର୍ବସ୍ୱାନ୍ତ ହବା ସାଙ୍ଗକୁ କେହି କେହି ଅତିଷ୍ଟ ହୋଇ ଆତ୍ମହତ୍ୟା କରିଥିବା ନଜିର ରହିଛି । ଗତ ୧୯୯୭ ମସିହା ଠାରୁ ଏହି ବେଆଇନ ଦେବୀ ସୁଧ (ଅଠାରୀ) କାରବାର ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ତାହା ଏଠାରେ କାଗଜ କଲମରେ ସୀମିତ ରହିଥିବା କୁହାଯାଉଛି । ସାଧାରଣତଃ ସହରର ନାମୀଦାମୀ ଠିକାଦାର ଓ ତଥାକଥିତ ରାଜନେତା ମାନଙ୍କଠାରୁ ୬ରୁ ୧୦ ପ୍ରତିଶତରେ ଟଙ୍କା ଆଣି ଏହି ଟଙ୍କାକୁ କେତେକ ବ୍ୟକ୍ତି ୠଣ ଦେଇ ୧୫ ରୁ ୨୦ ପ୍ରତିଶତ ସୁଧ ଆଦାୟ କରୁଛନ୍ତି । ସୂଚନା ଅନୁସାରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗୁଡ଼ିକ ସରକାରୀ ସୁଧର ହାର ହ୍ରାସ କରିବାରେ ଲାଗିଥିବା ବେଳେ କେତେକ ଧନୀକ ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବା ପରିବର୍ତ୍ତେ ବଜାରରେ ଏହି ଟଙ୍କାକୁ ଖଟାଇ ଅଧିକ ସୁଧ ଆଦାୟ କରି ବ୍ୟବସାୟରେ ପରିଣତ କରୁଛନ୍ତି । ଏପରିକି ବନ୍ଧକ ସୁଧ, ହାତ ଉଧାରୀ ସୁଧ ଓ ସାଧାରଣ ସୁଧ କାରବାର ବୃଦ୍ଧି ପାଇବାରେ ଲାଗିଛି । ନିର୍ଧାରିତ ସମୟରେ ସୁଧ ଟଙ୍କା ଫେରସ୍ତ ନକଲେ ସୁଧ ବେପାରିମାନେ ଚୁକ୍ତି ମୁତାବକ ଅମାନତ ରଖୁଥିବା ଜିନିଷ ଗୁଡିକର ହକ୍‌ଦାର ହେଉଛନ୍ତି । ଏସବୁ ଅସାଧୁଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।

ସୂଚନାଯୋଗ୍ୟ ଯେ, ଏବେ କରୋନା ମହାମାରୀ କାଳରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଭୁଷୁଡ଼ି ପଡ଼ିଛି । ଏହାର ସୁଯୋଗ ନେଇ ଦେଢୀ(ଅଠାରୀ) ସୁଧ କାରବାର ବୃଦ୍ଧି ପାଉଥିବା କୁହାଯାଇଛି ।

jayashree
Leave A Reply

Your email address will not be published.