oom

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ସହ ହାଇଜେନିକ୍‌ କିଟ୍‌ ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ କୋଭିଡ୍‌ -୧୯ ଗାଇଡଲାଇନ ଅନୁପାଳନ କରି ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ସହ ହାଇଜେନିକ୍‌ କିଟ୍‌, ମାକ୍ସ, ସାବୁନ, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନା ଓ ଜିଲ୍ଲା ଜୁନିୟର ରେଡକ୍ରସ ସଂପାଦକ ଜ୍ୟୋତି ପ୍ରସାଦ ପରିଡାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇ ଓ ସମ୍ମାନିତ ଅତିଥି ଭାବରେ ସୋନପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ । ଜିଲ୍ଲାରେ ପ୍ରତିଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଛି । ଲୋକମାନେ ଭୟଭୀତ ନ ହୋଇ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ ସାମାଜିକ ଦୂରତା ବଜାୟ ରଖିବା, ହାତକୁ ବାରମ୍ବାର ଧୋଇବା, ମାକ୍ସ ପରିଧାନ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀମତୀ ଭୋଇ ମତପ୍ରକାଶ କରିଥିଲେ । ହାତଧୁଆର ଛଅଟି ସୋପାନକୁ ସାଧନକର୍ମୀମାନେ ପ୍ରଦର୍ଶନ କରି ଲୋକମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଭାରତ ରେଡକ୍ରସ ସୋସାଇଟି ଓଡିଶା ଶାଖା ତରଫରୁ ଯୋଗାଇ ଦିଆଯାଇଥିବା ହାଇଜେନିକ୍‌ କିଟ୍‌, ମାକ୍ସ, ସାବୁନ ଓ ସାଲେଭଟା ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଶୁଖିଲା ଖାଦ୍ୟ ଭାବରେ ଚୁଡା ଓ ବିସ୍କୁଟ ସାଲେଭଟା ଗ୍ରାମର ଆର୍ଥିକ ଅନଗ୍ରସର ପରିବାରଙ୍କୁ ଜୁନିୟର ରେଡକ୍ରସ କର୍ମକର୍ତ୍ତା ଦ୍ୱାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଲେଭଟା ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ କାଉନସଲର ଦୁର୍ଯ୍ୟୋଧନ ପଶାୟତ ମିଳିତ ଭାବରେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସିଆରସିସି ସଦାନନ୍ଦ ଭୋଇ, ଶିକ୍ଷୟତ୍ରୀ ସୁଶ୍ରୀ ଧରିତ୍ରୀ ସାହୁ, ଅଳକା ପଣ୍ଡା, କୁନ୍ତି ପ୍ରଧାନ, ଗୁରୁବାରି ପ୍ରଧାନ, ସିତୟା ପ୍ରଧାନ, କାଞ୍ଚନ ହୋତା, ଶିକ୍ଷକ ଗୋବିନ୍ଦ ସାହୁ, ଦଶରଥ ପଟେଲ, ନେତ୍ର ସାହୁ, ଅଙ୍ଗନୱାଡି କର୍ମୀ ଲିଲି ରଣା, ଏସ୍‌ଏମ୍‌ସି ସଭ୍ୟ ଟୀମା ମେହେର, ବନୀତା ଗୁରୁ ଉପସ୍ଥିତ ଥିଲେ । ସାଧନକର୍ମୀ ବିକାଶ ରଂଜନ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କାଉନସିଲର ରାମ ନାରାୟଣ ଦାଶ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.